କନକ ବ୍ୟୁରୋ: ଉତ୍ତରକାଶୀରେ ପୁଣି ପ୍ରଳୟ । ଏଠିକାର ଗଙ୍ଗୋତ୍ରୀ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବାରେ ଆସିଲା ଜଳ ପ୍ରଳୟ । ଏହା ମଧ୍ୟରେ ବହିଯାଉଥିବା ବଡ଼ ନାଳିରେ ଆସିଲା ଭୀଷଣ ପାଣି । ପାଣିର ପ୍ରବାହ ଏତେ ପ୍ରଖର ଥିଲା ଯେ ଚାହୁଁଚାହୁଁ ଭାସିଗଲା ଅନେକ ଘର । ଘର ସହ ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା ପ୍ରକାଶ କରିଛନ୍ତି ।
ବାଦଲ ଫଟା ବର୍ଷା ପରେ ନାଳରେ ଭୟଙ୍କର ପାଣି ଆସିଥିଲା । ଏଥିରେ ପାହାଡରୁ ପଥର ମଧ୍ୟ ଖସି ଆସିଥିଲା । ଫଳରେ ଅନେକ ଘର ଭାସିଚାଲିଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି ।ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/05/jala-2025-08-05-15-03-00.jpg)