କନକ ବ୍ୟୁରୋ: ଦେବଭୂମି ଉତ୍ତରକାଶୀରେ ବାଦଲ ଫଟା ବର୍ଷା ପରେ ପ୍ରଳୟ ସବୁ ସାରିଦେଇଛି । ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଛି ଅନେକ ଘର । ମାଟି ତଳେ ନିଶ୍ଚିହ୍ନ ଗାଁ ,ତା ଭିତରେ ସତ୍ତାହୀନ ହୋଇଯାଇଛି ଆନକ ଜୀବନ । କେଉଁଠି କାଳେ କିଛି ନିଃଶ୍ବାସ ରାହା ଖୋଜୁଛନ୍ତି ତାକୁ ଖୋଜୁଛି ଉଦ୍ଧାରକାରୀ ଟିମ୍ ।

Advertisment

44

ମଙ୍ଗଳବାର ଭୀଷଣ ଭୂମିଫଟା ବନ୍ୟା ଆସିବା ପରେ ପୋଛି ହୋଇଯାଇଛି ଘରାଲି ଗାଁ । ବଳିପଡ଼ିଥିବା ଅନେକ ଘର ଛାତ ଯାଏଁ  ପୋତିହୋଇଯାଇଛି । ଆଉ ଯିଏ ବଞ୍ଚିଯାଇଛନ୍ତି ତାଙ୍କ କାନ୍ଦ, ଚିତ୍କାରରେ ଫାଟିପଡ଼ୁଛି ପରିବେଶ । ଏବେବି ସେଠାରେ ବର୍ଷା ଲାଗିରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି । ଭାରୀ ବର୍ଷା ଯୋଗୁଁ ଗଙ୍ଗୋତ୍ରୀ ରାଜମାର୍ଗରେ ଅନେକ ସ୍ଥାନରେ ବୋଲ୍ଡର ପଡ଼ି ରାସ୍ତା ବନ୍ଦ ଅଛି । ଖାଲି ଏତିକି ନୁହେଁ ଏହି ଭୀଷଣ ବନ୍ୟାରେ ସେନା କ୍ୟାମ୍ପ ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟାରେ ୯ଜଣ ଯବାନଙ୍କ ପତ୍ତା ମିଳୁନି । କିଛି ସ୍ଥାନରେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି ।