ଢେଙ୍କାନାଳ ଧୀର ପାଟନା ସ୍ଥିତ ୱାଟର ପାର୍କରେ ଅଘଟଣ: ସୁଇମିଂ ପୁଲ୍‌ରେ ବୁଡ଼ି ଉତ୍ତରାଖଣ୍ଡର ଯୁବକଙ୍କ ଗଲା ଜୀବନ

ଯୁବକ ଜଣଙ୍କ ଉତ୍ତରାଖଣ୍ଡର । ୱାଟର ପାର୍କରେ ଥିବା ସୁଇମିଂ ପୁଲରୁ ହଠାତ୍ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାକୁ ପଠାଇଛି ।

01

Photograph: (kanak news)

କନକ ବ୍ୟୁରୋ: ସୁଇମିଂ ପୁଲରୁ ମିଳିଲା ପର୍ଯ୍ୟଟଙ୍କ ମୃତଦେହ । ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସନ୍ଦେହ । ଢେଙ୍କାନାଳ ଧୀର ପାଟଣାରେ ଥିବା ଏକ ୱାଟର ପାର୍କରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଉତ୍ତରାଖଣ୍ଡର । ୱାଟର ପାର୍କରେ ଥିବା ସୁଇମିଂ ପୁଲରୁ ହଠାତ୍ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାକୁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହାକୁ ନେଇ ସନ୍ଦେହ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe