Photograph: (kanak news)
କନକ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ ଧରାଲି ଏବଂ ହର୍ଷିଲ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି। ଅଗଷ୍ଟ ୫ ତାରିଖରେ ବାଦଳଫଟା ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏପର୍ଯ୍ୟନ୍ତ ୧୩ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଶହେରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନେ ପୋତି ହୋଇରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଠାବ କରିବା ପାଇଁ ଉଦ୍ଧାରକାରୀ ଦଳ ଦମ୍ ଲଗାଇ ଦେଇଛନ୍ତି। ଧରାଲିକୁ ସଂଯୋଗ କରୁଥିବା ଏକ ପାଦଚଲା ସେତୁରେ ଫାଟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସେନାର ପାରା ବ୍ରିଗେଡ୍ ହର୍ଷିଲ ଜଳଭଣ୍ଡାର ଉପରେ ସ୍ପିଡ୍ ବୋଟ୍ ମାଧ୍ୟମରେ ନଦୀରେ ଏକ ଅସ୍ଥାୟୀ ସେତୁ ଓ ରୋପ୍ ୱେ ତିଆରି କରିବାକୁ ପ୍ରସ୍ତୁତି କରୁଛି। ପଳରେ ଉଦ୍ଧାର କାର୍ଯ୍ୟ ଓ ବିପନ୍ନ ଲୋକଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ସହଜ ହେବ । ଏଥିରେ ସାମିଲ ଅଛି ଏନଡିଆରଏଫର ପର୍ବତାରୋହଣ ବିଭାଗ । ଉଦ୍ଧାର ଓ ନିର୍ମାଣ କାମରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି। ଗତକାଲି ପୁଣି ପ୍ରବଳ ବର୍ଷା ହେବା ଫଳରେ ଉଦ୍ଧାରକାରୀ ଦଳ ବହୁ ବାଧାବିଘ୍ନର ସାମ୍ନା କରୁଛନ୍ତି। ଭୂସ୍ଖଳନ ଓ ପ୍ରବଳ ବନ୍ୟାରେ ଧରାଲି ଗାଁ ପୂରା ଧସି ଯାଇଥିବା ବେଳେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି।...
Follow Us