ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ,  ଏପେଟ ମୁମ୍ବାଇରେ ପଥଚାରୀଙ୍କ ଉପରେ ଚଢ଼ିଗଲା ବସ୍

Advertisment

ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଲା । ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ । ଏପଟେ ମୁମ୍ବାଇରେ ପଥଚାରୀଙ୍କ ଉପରେ ଚଢ଼ିଗଲା ବସ୍

ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଲା । ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ । ଏପଟେ ମୁମ୍ବାଇରେ ପଥଚାରୀଙ୍କ ଉପରେ ଚଢ଼ିଗଲା ବସ୍

ALMORA-BUS-ACCIDENT

ALMORA-BUS-ACCIDENT Photograph: (Google)

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ବସରେ ପ୍ରାୟ ୧୨ ଜଣ ଯାତ୍ରୀ ଥିଲେ । ଶିଳାପାନି ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଉତ୍ତରାଖଣ୍ଡର ପାହାଡ଼ିଆ ରାସ୍ତାରେ ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ପ୍ରଶାସନ ପକ୍ଷରୁ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । 

ଅଧିକ ପଢନ୍ତୁ: ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା : ସେପଟେ ହାମୋନଟନ୍ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା

ସେହିପରି ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ପଥଚାରୀଙ୍କ ଉପରେ ଚଢ଼ିଗଲା ବସ୍ । ମୁମ୍ବାଇ ମହାନଗର ଅଧୀନରେ ଚଳାଚଳ କରୁଥିବା ସରକାରୀ ବସ୍ ଚଢ଼ିଯିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଭାଣ୍ଡୁପ ରେଲୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜନଗହଳିପୂର୍ଣ୍ଣ ଜାଗାରେ ବସ୍‌ଟି ପଛକୁ ନିଆଯାଉଥିବା ବେଳେ ପଥଚାରୀଙ୍କ ଉପରେ ଚଢ଼ି ଯାଇଥିଲା। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe