କନକ ବ୍ୟୁରୋ : ୧୨ କୋଟିର ଫଣ୍ଡ ଆଉ ୩୫ ଲକ୍ଷର କଦଳୀ ଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ବି କଥାଟା ସତ । ଏସବୁକୁ ନେଇ କ୍ରିକେଟରେ କଦଳୀ ଦୁର୍ନୀତି ଏବେ ସାମ୍ନାକୁ ଆସିଛି । ଅଧିକାରୀଙ୍କ ନାମରେ ଅଭିଯୋଗ ହୋଇଛି କି, କଦଳୀ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଘଟଣାକୁ ନେଇ ହାଇକୋର୍ଟ ଏବେ ବିସିସିଆଇକୁ ନୋଟିସ ଜାରି କରିଛି ।
ଏହି ମାମଲା ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନରେ ଘଟିଛି । ଏଠାରେ ୧୨ କୋଟି ଟଙ୍କାର ସରକାରୀ ସହାୟତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଅଭିଯୋଗକାରୀ କୋର୍ଟରେ ଏକ ଅଡିଟ୍ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁ ରିପୋର୍ଟରେ ଉଲ୍ଲେଖ ରହିଛି କି ଖେଳାଳୀଙ୍କ ପାଇଁ କଦଳୀ କିଣାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଏଠାରେ ପ୍ରଶ୍ନ ଉଠୁଛି କି ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ଏତେ ଟଙ୍କାର କଦଳୀ କେବଳ ଖେଳାଳୀଙ୍କୁ ଖାଇବାକୁ ଦେଇଛି ନା ପୂରା ଉତ୍ତରାଖଣ୍ଡବାସୀଙ୍କୁ ଖାଇବାକୁ ଦେଇଛି । ଜଷ୍ଟିସ ମନୋଜ କୁମାର ତିୱାରୀଙ୍କ ସିଙ୍ଗଲ୍ ବେଂଚ ଏହି ମାମଲାର ଶୁଣାଣି କରୁଛନ୍ତି ।
ଡେରାଡୁନରେ ରହୁଥିବା ସଂଜୟ ରାୱତ ନାମକ ଜଣେ ଅଭିଯୋଗକାରୀ କୋର୍ଟଙ୍କୁ ଜଣାଇଛନ୍ତି କି, ୨୦୨୪-୨୫ ଆର୍ଥିକ ବର୍ଷରେ ଆସୋସିଏସନ ୬.୪ କୋଟି ଟଙ୍କା ଇଭେଣ୍ଟ ମ୍ୟାନେଜମେଣ୍ଟରେ , ୨୬.୩ କୋଟି ଟୁର୍ଣ୍ଣାମେଣ୍ଟ ଓ ଅଭ୍ୟାସରେ ଖର୍ଚ୍ଚ କରିଛି । ଅଭିଯୋଗକାରୀଙ୍କ ମୁଖ୍ୟ ଅଭିଯୋଗ ହେଉଛି ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ ଖେଳାଳୀଙ୍କ ଖାଦ୍ୟପେୟ ଓ ଆୟୋଜନ ନମରେ କୋଟି କୋଟି ଟଙ୍କା ଚଳୁ କରିଛି । ହେଲେ ଖେଳାଳୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇନାହିଁ । କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପରବର୍ତ୍ତୀ ଶୁଣାଣି ଆଗାମୀ ୧୨ ତାରିଖକୁ ସ୍ଥିର କରିଛି ।