କନକ ବ୍ୟୁରୋ :  ରାତି ଅଧରେ ବାଦଲ ଫଟା ବର୍ଷା ସହ ଭୁସ୍ଖଳନ। ଉତ୍ତରାଖଣ୍ଡ ଚମୋଲିର ନନ୍ଦାନଗରରେ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଦ୍ବାର ଭାଙ୍ଗିଯାଇଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ରାତି ପ୍ରାୟ ୨ଟା ବେଳେ ପ୍ରକୃତିର କରାଳରୂପ ଦେଖିବାକୁ ମିଳିଥିଲା ।  ସମସ୍ତେ ଶୋଇଥିବା ଅବସ୍ଥାରେ ଗାଁକୁ ମାଡ଼ି ଆସିଥିଲା କାଦୁଅ ମିଶା ପାଣି । ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲୋକଙ୍କ ଘରଦ୍ବାର ସବୁ ମାଟିରେ ମିଶିଯାଇଛି । ଉଦ୍ଧାରକାରୀ ଟିମ୍ ପହଂଚି ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରଖିଛନ୍ତି ।