କନକବ୍ୟୁରୋ : ଉତ୍ତରାଖଣ୍ଡର ଅଲ୍‌ମୋରାଠା ବଡ ଦୁର୍ଘଟଣା ।  ଯାତ୍ରୀବାହୀ ବସି ଦୁର୍ଘଟଣାଗସ୍ତ ହେବା ପରେ  ବସରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୃତକଙ୍କ ବ୍ୟତୀତ ଆହୁରି ଅନେକ ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି । ବସ୍‌ଟି ଏକ ୩ଶହ ଫୁଟ ଉଚ୍ଚରୁ ଖସିପଡିଥିଲା  ।

Advertisment

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାର କରିବା ସହ ରୋଗୀଙ୍କୁ ଏୟାରଲିପ୍ଟ କରାଯାଇ ରିଷିକେଶ ଏମ୍ସକୁ ଅଣାଯାଇଛି  । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି   । ତେବେ ବାରମ୍ବାର ଉତ୍ତରାଖଣ୍ଡରେ ଏଭଳି ଦୁର୍ଘଟଣା ଘଟିବା ଏବେ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି   ।