କନକବ୍ୟୁରୋ :  ମିଲକୀପୁର ସପା ବିଧାୟକ ଅଧ୍ବେଶ ପ୍ରସାଦ ଫୈଜାବାଦ ଲୋକସଭାର ନିର୍ବାଚିତ ହେବା ପରେ ଏହି ଆସନ ଖାଲିପଡିଛି  । ରାମ ଜନ୍ମଭୂମି ଅଯୋଧ୍ୟା ଅର୍ନ୍ତଗତ ଫୈଜାବାଦ ଲୋକସଭା ନିର୍ବାଚନୀ ମଣ୍ଡଳୀ ମଧ୍ୟରେ ଅଛି ।  ଏହାପାଇଁ ଭବ୍ୟ ମନ୍ଦିର ନିର୍ମାଣ ଓ ପରବର୍ତ୍ତୀ ସମସ୍ତ ବନ୍ଦୋବସ୍ତ ପରେ ମଧ୍ୟ ଏଥିରୁ ବିଜେପିର ପରାଜୟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଠିକ ଭାବେ ଗ୍ରହଣ କରିପାରିନାହାଁନ୍ତି   ।

Advertisment

ସେହିପାଇଁ ମିଳିକୀପୁର ବିଧାନସଭା ଆସନ ଜିତିବାକୁ ନିଜେ ଯୋଗୀ ଆଗେଇ ଆସିଛନ୍ତି ।   ସେଥିପାଇଁ ସପାର ଅବଧେଶ ପ୍ରସାଦଙ୍କ ଠାରୁ ହାରିଥିବା ବାବା ଗୋରଖନାଥଙ୍କୁ ପୁଣି ଥରେ ବିଜେପି ପ୍ରାର୍ଥୀ କରିବାର ସୂଚନା ମିଳିଛି   ,

ଗତ ବିଧାନସଭା ନିର୍ବାଚନରେ ସପାର ଅବଧେଶ ପ୍ରସାଦ ବିଜେପି ପ୍ରାର୍ଥୀ ବାବା ଗୋରଖନାଥଙ୍କୁ ୧୩ହଜାରରୁ ଅଧିକ ଭୋଟରେ ହରାଇଥିଲେ ।  ଏହା ସହିତ ଗତ ଲୋକସଭା ନିର୍ବାଚନ ମଧ୍ୟ ଫୈଜାବାଦ ଆସନରୁ ବିଜେପି ପ୍ରାର୍ଥୀ ଲାଲୁ ସିଂଙ୍କୁ ୫ହଜାର ୪ଶହ ଅଧିକ ଭୋଟରେ ହରାଇ ଚହଳ ସୃଷ୍ଟି କରିଥିଲେ  । 

ସଂଖ୍ୟାଲଘୁ ଓ ଦଳିତ ଭୋଟ ଆଧାରରେ ଅବଧେଶଙ୍କୁ  ଫୈଜାବାଦ ଭଳି ଆସନରେ ଜିତାଇବାରେ ସଫଳ ହୋଇଥିବା ,  ସପା ମୁଖ୍ୟ ଅଖିଳେଶଙ୍କ ପାଇଁ ମିଲିକିପୁର ଆସନ ବଜାୟ ରଖିବା ଏକ ସମ୍ମାନର ପ୍ରଶ୍ନ  ।  ସେଥିପାଇଁ ସପା, ଅବଧେଶଙ୍କ ପୁଅ ଅଜିତ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି । ମିଲିକୀପୁର ବିଧାନସଭା ଆସନର ଭୋଟର ସଂଖ୍ୟା ସାଢ଼େ ୩ଲକ୍ଷ  ।

ଏଥିମଧ୍ୟରୁ ୧ଲକ୍ଷ ଦଳିତ ତଥା ଯାଦବ,ମୁସଲସମାନ ଭୋଟରଙ୍କ ସହଖ୍ୟା ୮୦ହଜାର । ବାହ୍ମଣ ଓ ରାଜପୁତଙ୍କ ସଂଖ୍ୟା ପାଖାପାଖି ଏକ ଲକ୍ଷ ।  ଗତ ବିଧାନସଭା ନିର୍ବାଚନରେ ଫୈଜାବାଦର ମିଲିକିପୁରକୁ ଛାଡିଦେଲେ ଅନ୍ୟ ସମସ୍ତ ଆସନ ବିଜେପି ଜିତିଥିଲା । ତେଣୁ ଉଭୟ ବିଜେପି ଓ ସପା ପାଇଁ ମିଲିକିପୁର ଆସନ ଜିତବା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ।