କନକ ବ୍ୟୁରୋ: ୪୬ ବର୍ଷ ପରେ ଖୋଲିଲା ମନ୍ଦିର । ଉତ୍ତରପ୍ରଦେଶ ସମ୍ଭଲର ଏକ ଶିବ-ହନୁମାନ ମନ୍ଦିରର କବାଟ ୪୬ ବର୍ଷ ପରେ ଖୋଲାଯାଇଛି । ଏହି ମନ୍ଦିରରେ ବର୍ଷ ବର୍ଷ ଧରି ପୂଜାର୍ଚ୍ଚନା କରାଯାଇନି । କୁହାଯାଏ ଯେ, ସାମ୍ପ୍ରଦାୟିକ କାରଣ ଯୋଗୁଁ ଶିବ-ହନୁମାନ ମନ୍ଦିରର କବାଟ ବନ୍ଦ କରି ଦିଆଯାଇଥିଲା । ୪୬ ବର୍ଷ ପରେ ପ୍ରଶାସନ ତରଫରୁ ଖୋଲାଯାଇଛି ମନ୍ଦିର । ମନ୍ଦିରର କବାଟ ଖୋଲିବା କ୍ଷଣି ଉପସ୍ଥିତ ସମସ୍ତେ ଓମ୍ ନମଃ ଶିବାୟ .. ଜୟ ଶ୍ରୀରାମର ନାରା ଲଗାଇଥିଲେ । କୁହାଯାଏ ଯେ ୧୯୭୮ରେ ହୋଇଥିବା ବିବାଦ ପରଠୁ ବନ୍ଦ ଥିଲା ମନ୍ଦିର ।
ଏକଦା ଏହି ମନ୍ଦିରରେ ଜଣେ ପୂଜକ ରହୁଥିଲେ । କିନ୍ତୁ ପୂଜକ ଜଣଙ୍କ ଭୟଭୀତ ହୋଇ ମନ୍ଦିର ଏବଂ ନିଜ ଘର ଛାଡି ପଳାଇଥିଲେ । ଅନ୍ୟ ଜଣେ ପୂଜାରୀଙ୍କ କହିବାନୁଯାୟୀ, କାହାର ସାହାସ ହୁଏନି ଏହି ମନ୍ଦିରରେ ପୂଜା ପାଠ ଏବଂ ଆରତୀ କରିବା ପାଇଁ । ସେହି ସମୟରେ ଶିବ ମନ୍ଦିର ନିକଟରେ ଏକ କୂଅ ମଧ୍ୟ ଥିଲା । କିନ୍ତୁ ମନ୍ଦିରରେ ତାଲା ପଡିବା ପରେ ଅନ୍ୟ ମସୁଦାୟର ଲୋକେ ଏହି କୂଅକୁ ପୋତି ଦେଇଥିଲେ । କୁହାଯାଏ ଯେ ଏଠାରେ ହିନ୍ଦୁଙ୍କ ସଂଖ୍ୟା କମ୍ ହେବା କାରଣରୁ ବାକି ଥିବା ଲୋକେ ମାନେ ଏହି ସ୍ଥାନ ଛାଡି ଚାଲିଯାଇଥିଲେ । ତେବେ ଆଜି ବିଦ୍ୟୁତ୍ ଯାଞ୍ଚ ସମୟରେ ପ୍ରଶାସନର ନଜର ପଡିଥିଲା ଏହି ମନ୍ଦିର ଉପର । ମନ୍ଦିରର କବାଟ ଖୋଲିବା ପରେ ପୋଲିସ୍ ଅଧିକାରୀମାନଙ୍କ ଦ୍ବାରା ମନ୍ଦିର ଭିତର ସଫାସଫି କରାଯାଥିଲା । ସଫା କରିବା ସମୟରେ ଦେଖିବାକୁ ମିଳିଥିଲା ଯେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ସେଠାରେ ଉପସ୍ଥିତ ରହିଛି ।