କନକ ବ୍ୟୁରୋ: ଉତ୍କର୍ଷ ଓଡିଶା କନକ୍ଲେଭ-୨୦୨୫ ଉଦଘାଟିତ । ଭୁବନେଶ୍ବର ଜନତା ମୈଦାନରେ ଉଦଘାଟିତ ହେଲା ଉତ୍କର୍ଷ ଓଡିଶା । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, କରଣ ଆଦାନୀ ସାମିଲ ଅଛନ୍ତି । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇ କହିଥିଲେ, ଓଡିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି । ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି ।
ଆଜିଠୁ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ । ବଡ ବଡ ବିଜନେସ ଟାଇକୁନ ଏହି ସମ୍ମିଳନୀରେ ଯୋଗଦେବେ। ଯାହା ଉତ୍କର୍ଷ ଓଡିଶାକୁ ବୁଷ୍ଟର ଡୋଜ ଦେବ ବୋଲି କୁହାଯାଉଛି । ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।
ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମଏସଏମଇ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ଆଗକୁ ବଢ଼ିବେ ସରକାର। ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି? ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳୁଛି ସେସବୁ ଶିଳ୍ପପତିଙ୍କୁ ଜଣାଇ ଆକୃଷ୍ଟ କରିବେ। ଉତ୍କର୍ଷ ଓଡିଶା ପାଇଁ ୫ ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା। କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/28/jsclsYI0IFhKO8XBKPRC.jpg)