କନକବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି ଭାଙ୍ଗିଛନ୍ତି ବାଣୀବିହାର ଛାତ୍ର । ବିକ୍ଷୋଭ ନାଁରେ ଉତ୍ପାତ କରିଛନ୍ତି ବାଣୀବିହାର ଛାତ୍ର ।
ଜୟ ଭୀମ୍ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟ ସମସ୍ତ ବାଣୀବିହାର ଛାତ୍ରମାନେ ବିକ୍ଷୋଭ କରିଛନ୍ତି । ମୁଖ୍ୟ ଫାଟକରେ ତାଲା ପକାଇବା ସହ ।
ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ସହ ୨ ଜଣ ଏସିପି ଉପସ୍ଥିତ ଅଛନ୍ତି । ଗତକାଲି ଜୟ ଭୀମ ସଂଗଠନ ତରଫରୁ କାର୍ୟ୍ୟକ୍ରମ ନେଇ ପ୍ରାକ୍ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ବଚସା ହୋଇଥିଲା ।
ଯାହାର ଆପୋସ ସମାଧାନ ପାଇଁ ଆଜି ଛାତ୍ର ସଂଗଠନ ପଚରା ଉଚରା କରିବା ବେଳେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଜଣେ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୮ ଜଣ ମଧ୍ୟ ଆହତ ହୋଇଛନ୍ତି। ମାଡ଼ ମାରିଥିବା ଜୟ ଭୀମ କର୍ମୀଙ୍କ ଗିରଫଦାରି ଦାବି କରି ଛାତ୍ରଙ୍କ ବିକ୍ଷୋଭ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/04/YIxApO4l9dLERY6muu5Y.jpg)