ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଆଲୁମିନି ବୈଠକ । ଲୋକଙ୍କ ସେବାକୁ ପ୍ରାଥମିକତା ଦେବାକୁ ଆଲୋଚନା ।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୁରାତନ ଛାତ୍ର ସଂଘ ପକ୍ଷରୁ ଆଜି ଏକ ଆଲୁମିନି ବୈଠକ ଅନୁଷ୍ଠିତ । ବୁଧବାର କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Updated On

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୁରାତନ ଛାତ୍ର ସଂଘ ପକ୍ଷରୁ ଆଜି ଏକ ଆଲୁମିନି ବୈଠକ ଅନୁଷ୍ଠିତ । ବୁଧବାର କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅଦ୍ୟତନ ହୋଇଛି
dfsf

ecd80855-07dc-4c3f-9f1a-dff707605898 Photograph: (ecd80855-07dc-4c3f-9f1a-dff707605898)

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୁରାତନ ଛାତ୍ର ସଂଘ ପକ୍ଷରୁ ଆଜି ଏକ ଆଲୁମିନି ବୈଠକ ଅନୁଷ୍ଠିତ ହୋଇଛି । ବୁଧବାର କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ।


ପୁରାତନ ଛାତ୍ର ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକାର ଡ. ପ୍ରଭାସ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, "ସମାଜସେବା ପାଇଁ ଦୃଢ଼ ମନୋବଳ ଆବଶ୍ୟକ । ଅର୍ଥ ପଛରେ ନଗୋଡ଼ାଇ ଲୋକଙ୍କ ସେବାକୁ ପ୍ରାଥମିକତା ଦେବା ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ । ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ ପାଇଁ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତ୍ତିତା ଜରୁରୀ ।"

ପୁରାତନ ଛାତ୍ର ତଥା ବିଜେପି ରାଜ୍ୟ ମୁଖପାତ୍ର ଅନିଲ୍‌ ବିଶ୍ବାଳ କହିଛନ୍ତି, "ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ନିୟମିତ ବିଭାଗ ମାନ୍ୟତା ପ୍ରଦାନ ଦିଗରେ ଉତ୍କଳ ସାମ୍ବାଦିକତା ବିଭାଗ ଆଲୁମିନି କାର୍ଯ୍ୟ କରିବା ଆବଶ୍ୟକ । କାର୍ଯ୍ୟକ୍ରମରେ ଅତିଥି ଅଧ୍ୟାପକ ଡ. ଭି.ଆର୍‌. ରାଜୁ ଯୋଗଦେଇ କହିଥିଲେ, ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ରହିବା ସହ ସମାଜସେବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।" ସାମ୍ବାଦିକତା ବିଭାଗର ମିନତୀ ଭୋଳ, ଡ. ରମାକାନ୍ତ ମହାନନ୍ଦ, ପୁରାତନ ଛାତ୍ର ମନୋଜ ବିଶ୍ୱାଳ, ସତ୍ୟେନ୍ଦୁ ଶେଖର ମିଶ୍ର, ଆଶିଷ ରଥ, ମାନସ କୁମାର ଭଞ୍ଜ, ପ୍ରଭୁଦତ୍ତ ସାମଲ, ସୁଜ୍ଞାନୀ ଦଳାଇ, ହିତେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅବିନାଶ ଷଡ଼ଙ୍ଗୀ ଆଜିର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe