କନକ ବ୍ୟୁରୋ: ଚଳିତ ଉତ୍କଳ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଶନିବାର ଶୀର୍ଷମାନ୍ୟତାପ୍ରାପ୍ତ ଆହାନଙ୍କୁ ୯-୮ (୫)ରେ ହରାଇ ଯୁବ ପ୍ରତିଭା ‌ଏସ୍‌କେ ସାଜଫା ଫାଇନାଲରେ ପ୍ରବେଶ କରିଛନ୍ତି । ବାଳିକା ଏକକ ଫାଇନାଲ୍‌ରେ ସେ ତ୍ରୀଶା ସାହୁଙ୍କୁ ଭେଟିବେ । ଅନ୍ୟ ସେମିଫାଇନାଲ୍‌ରେ ତ୍ରୀଶା ୯-୨ରେ ସାନଭିକ୍‌ ମହାନ୍ତିଙ୍କୁ ପରାସ୍ତ କରିଥିଲେ । ରବିବାର ଫାଇନାଲ୍‌ ଖେଳାଯିବ । ରବିବାରର ପୁରୁଷ ଏକକ ସେମିଫାଇନାଲ୍‌ରେ ଆଦିତ୍ୟ ଶତପଥୀ-ଆହାନ ମିଶ୍ର ଏବଂ କମଲେଶ ରଥ-ମହମ୍ମଦ ଫର୍ଦିନ୍‌ ମୁକାବିଲା କରିବେ । ୧୪ ବର୍ଷରୁ କମ୍‌ ବାଳିକା ଫାଇନାଲରେ ‌ସେକ୍‌ ସାଜ୍‌ଫା-ପ୍ରୀଶା ସାହୁ ଏବଂ ବାଳକ ଫାଇନାଲ୍‌ରେ ସୂୟାଶ ପଟ୍ଟନାୟକ-ସୂର୍ଯ୍ୟପ୍ରତାପ ନାଏକ ଟାଇଟଲ୍‌ ଲଢ଼େଇରେ ଅବତୀର୍ଣ୍ଣ ହେବେ । 

Advertisment