କନକ ବ୍ୟୁରୋ : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଛାତ୍ରୀଙ୍କ ନାଁ ଉତ୍କଳିକା ସ୍ୱାଇଁ ।
ସେ କେନ୍ଦ୍ରାପଡ଼ାର ଝିଅ। କଲେଜ ହଷ୍ଟେଲରେ ୩ ଜଣିଆ ରୁମ୍ରେ ରହୁଥିଲେ । କେହି ନଥିବା ବେଳେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।