କନକ ବ୍ୟୁରୋ : ଉତ୍କଳ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଯାଇଛି “ବ୍ରେଷ୍ଟ କ୍ୟାନ୍ସର ସଚେତନତା । ଏଥିରେ "ପିଙ୍କ୍ ମାରାଥନ” କାର୍ଯ୍ୟକ୍ରମକୁ ହସ୍ପିଟାଲ ସାମ୍ନାରୁ ଆରମ୍ଭ ହୋଇଥିଲା । ୩ କିଲୋମିଟର ପରିଧି ମଧ୍ୟରେ ନୀଳାଦ୍ରି ବିହାର, ଭୁବନେଶ୍ୱ ଠାରେ ସଫଳଭାବେ ଆୟୋଜନ ହୋଇଛି l
ଏହି କାର୍ଯ୍ୟକ୍ରମର ଆୟୋଜନର ଉଦ୍ଦେଶ୍ୟ ଥିଲା ସ୍ତନ କ୍ୟାନ୍ସର ପ୍ରତିରୋଧ ଓ ଆରମ୍ଭିକ ସନ୍ଧାନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା ସହିତ ସେଥିରେ ଯୋଗଦାନ କରିଥିବା ସ୍ଵେଚ୍ଛl ସେବୀ ଓ ପେଶାଦାରମାନଙ୍କୁ ସମ୍ମାନିତ କରାଯାଇଥିଲା l
ଉତ୍କଳ ହସ୍ପିଟାଲର ମ୍ୟାନେଜମେଣ୍ଟ ସମସ୍ତ ଅଂଶଗ୍ରହଣକାରୀ , ଅତିଥି ଓ ସହୋଦରମାନଙ୍କୁ ହୃଦୟପୂର୍ବକ ଧନ୍ୟବାଦ ଜଣାଇଛନ୍ତି l ଯେଉଁମାନେ ଏହି ମହତ୍ତ୍ୱପୂର୍ଣ୍ଣ ସଚେତନତା ସନ୍ଦେଶକୁ ସାମାଜିକ ମଞ୍ଚରେ ପ୍ରସାର କରିଥିଲେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସମସ୍ତ କାର୍ଯ୍ୟ କର୍ତ୍ତା । ଏହି ଅବସରରେ ଉତ୍କଳ ହସ୍ପିଟାଲର ସିଇଓ,ଶ୍ରୀ ବି. କେ. ସୁବୋଧ ସିଂହ ଏବଂ ଉତ୍କଳ ହସ୍ପିଟlଲ ଅଙ୍କୋଲୋଜୀ ବିଭାଗର ବରିଷ୍ଠ ଡାକ୍ତର ମାନେ ଯଥା ଉପସ୍ଥିତ ଥିଲେ ଏବଂ ସିନେ ଅଭିନେତ୍ରୀ ଦେବଯାନୀ ଉପସ୍ଥିତ ଅଂଶଗ୍ରହଣ କରୀମାନଙ୍କୁ ଉତ୍ସାହିତ କରିଥିଲେ l ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍କଲ ହସ୍ପିଟାଲର ସିଇଓ, ଏବଂ ଉପସ୍ତିତ ଡାକ୍ତର ମାନେ ପଦକ ପ୍ରଦାନ କରିଥିଲେ l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/utkal-hospital-2025-10-29-16-18-43.jpeg)