ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉତ୍କଳ ହସ୍ପିଟାଲର ମୁଖ୍ୟ । ସ୍ୱାସ୍ଥ୍ୟ ସେବାର ଅଗ୍ରଗତି ବାବଦରେ କଲେ ଆଲୋଚନା

Advertisment

ଏହି ବୈଠକରେ ରାଜ୍ୟର ସ୍ୱାସ୍ଥ୍ୟସେବାର ଭବିଷ୍ୟତ, ଭିତ୍ତିଭୂମି ଓ ଗୁଣାତ୍ମକ ଚିକିତ୍ସା ବାବଦରେ ଆଲୋଚନା ହୋଇଥିଲା । ଡକ୍ଟର ସାମଲ ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇବା ପାଇଁ ଉତ୍କଳ ହସ୍ପିଟାଲର ନିରନ୍ତର ପ୍ରତିବଦ୍ଧତା ଓ ସମଗ୍ର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିସ୍ତାର ପାଇଁ ଏହାର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । 

154

କନକ ବ୍ୟୁରୋ : ରାଜ୍ୟରେ ପ୍ରମୁଖ ସୁପର ସ୍ପେସିଆଲିଟି ଉକ୍ରଳ ହସ୍ପିଟାଲର ଚେୟାରମ୍ୟାନ ଡା. ଆଦିତ୍ୟ କୁମାର ସାମଲ ଆମେରିକାରରୁ ଓଡିଶା ଆସିଥିବା ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତାକାର କରିଛନ୍ତି । ଏହି ଅବସରରେ  ତାଙ୍କ ସହିତ ଉତ୍କଳ ହସ୍ପିଟାଲର ଡାଇରେକ୍ଟର ଶୈଳେନ୍ଦ୍ର ନାରାୟଣ ପଣ୍ଡା ଓ ଡା. ନିତ୍ୟାନନ୍ଦ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜ୍ୟର ସ୍ୱାସ୍ଥ୍ୟସେବାର ଭବିଷ୍ୟତ, ଭିତ୍ତିଭୂମି ଓ ଗୁଣାତ୍ମକ ଚିକିତ୍ସା ବାବଦରେ ଆଲୋଚନା ହୋଇଥିଲା । ଡକ୍ଟର ସାମଲ ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇବା ପାଇଁ ଉକ୍ରଳ ହସ୍ପିଟାଲର ନିରନ୍ତର ପ୍ରତିବଦ୍ଧତା ଓ ସମଗ୍ର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ବିସ୍ତାର ପାଇଁ ଏହାର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ ।

ଡାକ୍ତର ଆଦିତ୍ୟ କୁମାର ସାମଲ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି, ଏକ ସୁସ୍ଥ ଓଡିଶା ପାଇଁ ଆମର ସହଭାଗିତା ଦୃଷ୍ଟିକୋଣ ବାବଦରେ ଆଲୋଚନା କରିବା । ଉକ୍ରଳ ହସ୍ପିଟାଲ ସ୍ୱାସ୍ଥ୍ୟସେବାକୁ ଅଗ୍ରଗତି କରାଇବା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁବିଧା ପାଇବାକୁ ସୁନିଶ୍ଚିତ କରାଇବା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe