ଉଦଯାପିତ ହେଲା ଫିକି ଫ୍ଲୋ ତରଫରୁ ଉତ୍କଳ ଫ୍ଲୋ ବଜାର । ସ୍ୱତନ୍ତ୍ର ରିହାତିର ଲାଭ ଉଠାଇଲେ ଗ୍ରାହକ ଓ ବ୍ୟବସାୟୀ

Advertisment

ଏହି ବଜାର ସମ୍ବନ୍ଧରେ ଅଧ୍ୟକ୍ଷା ରଶ୍ମୀ ସାହୁ କହିଥିଲେ ଯେ, ଏହା ଏକ ସୁଯୋଗ ଯେଉଁଠି ଗୋଟେ ଛାତ ତଳେ ରାଜ୍ୟର ପ୍ରତିଭାଶାଳୀ ଉଦ୍ୟୋଗୀ ମାନେ ଏକତ୍ରିତ ହୋଇ ସେମାନଙ୍କ ନୂତନ ଅନନ୍ୟ ଉତ୍ପାଦ ମାନ ପ୍ରଦର୍ଶନ କରିବାର ଏହା ଏକ ସ୍ଥାନ ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସନୀୟ ।

iú\K\i

କନକ ବ୍ୟୁରୋ :  ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ଲେଡ଼ିଜ୍ ଅର୍ଗାନାଇଜେସନ୍ (ଫିକି ଫ୍ଲୋ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚଳିତ ଏକ ଦୁଇଦିନିଆ ପ୍ରଦର୍ଶନୀ ନିକଟସ୍ଥ ହୋଟେଲ ପାଲ୍ହାଇଟସ୍ରେ ଉତ୍କଳ ଫ୍ଲୋ ବଜାରର ଉଦ୍ୟାପନୀ ସମାରୋହ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ହାଇଦ୍ରାବାଦ, କୋଲକାତା, ରାୟପୁର, ନୂଆଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରୁ ବହୁପ୍ରକାରର ଉତ୍ପାଦମାନ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ।

ପରିଦର୍ଶକମାନେ ଏହି ପ୍ରଦର୍ଶନୀକୁ ଆସି ବିଭିନ୍ନ ପ୍ରଡ଼କ୍ଟର ଭରପୁର ମଜା ସହ ସ୍ୱତନ୍ତ୍ର ରିହାତିର ମଧ୍ୟ ମଜା ଉଠାଇପାରିଥିଲେ । ଉଭୟ ଫିକି ଫ୍ଲୋ ସଦସ୍ୟ ତଥା ଅନ୍ୟାନ୍ୟ ଅଣ ଫ୍ଲୋ ସଦସ୍ୟ ଏଠାରେ ଅଂଶଗ୍ରହଣକାରୀ ଭାବେ ଯୋଗ ଦେଇ ଉତ୍ସାହର ସହ ଏହି ପ୍ରଦର୍ଶନୀରେ ଯୋଗ ଦେଇ ଏହି ବଜାରରେ ନିଜର ଅନନ୍ୟ ସାମଗ୍ରୀ ଉପଲବ୍ଧ କରିଥିଲେ । ବିଭିନ୍ନ ପ୍ରକାରର ଫ୍ୟାଶନେବଲ ପୋଷାକ, ଘରସାଜସଜ୍ଜା, ହସ୍ତତନ୍ତ, ସ୍ୱତନ୍ତ୍ର ଅଳଙ୍କାର ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସହ ଭିନ୍ନଭିନ୍ନ କ୍ଷେତ୍ରର ଉତ୍ପାଦ ମାନ ଏହି ଉତ୍କଳ ଫ୍ଲୋ ବଜାରର ଚଳିତ ସଂସ୍କରଣରେ ପରିଦର୍ଶକମାନେ ଏକ ମୁଖ୍ୟ ଆକର୍ଷଣ ଥିଲା ।

ଏହି ବଜାର ସମ୍ବନ୍ଧରେ ଅଧ୍ୟକ୍ଷା ରଶ୍ମୀ ସାହୁ କହିଥିଲେ ଯେ, ଏହା ଏକ ସୁଯୋଗ ଯେଉଁଠି ଗୋଟେ ଛାତ ତଳେ ରାଜ୍ୟର ପ୍ରତିଭାଶାଳୀ ଉଦ୍ୟୋଗୀ ମାନେ ଏକତ୍ରିତ ହୋଇ ସେମାନଙ୍କ ନୂତନ ଅନନ୍ୟ ଉତ୍ପାଦ ମାନ ପ୍ରଦର୍ଶନ କରିବାର ଏହା ଏକ ସ୍ଥାନ ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସନୀୟ ।

ଏହି ଉତ୍କଳ ଫ୍ଲୋବଜାରରେ ପ୍ରାୟ ୩୦ଟି ଷ୍ଟଲ୍ ଜରିଆରରେ ଉଦ୍ୟୋଗୀମାନେ ସ୍ଥାନୀୟ କାରିଗରମାନଙ୍କ କଳାକୃତି ସହ ଫ୍ୟାଶନେବଲ ଉତ୍ପାଦମାନ ସୁଲଭ ମୂଲ୍ୟରେ ପ୍ରଦାନ କରିବା ସହ ସେମାନଙ୍କ ଭିନ୍ନ ଭିନ୍ନ ଅନନ୍ୟ ଉତ୍ପାଦମାନ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ଯାହା ପରିଦର୍ଶକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ପ୍ରଦର୍ଶନୀରେ ବହୁସଂଖ୍ୟାରେ ପରିଦର୍ଶକ ମାନେ ଯୋଗ ଦେଇ ବିଭିନ୍ନ ପ୍ରକାର ଉତ୍ପାଦମାନ ରିହାତି ମୂଲ୍ୟରେ କିଣିବା ସହ ଏବଂ ସୁଷମ ଖାଦ୍ୟର ମଜା ଉଠାଇ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe