ରାଜ୍ୟ ସଂଗୀତକୁ ସମ୍ମାନ କେବେ ? ଆଉ ସହିବା କେତେ ଦିନ..କେବେ ନୀତି ଆଣିବେ ସରକାର ?

Advertisment

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । କ୍ୟାବିନେଟ୍‌ ମୋହରକୁ ବି ବିତିଗଲାଣି ୫ବର୍ଷ । ହେଲେ ଆଜି ଯାଏଁ ନିର୍ଦ୍ଧାରଣ ହୋଇପାରିଲାନି ସରକାରୀ ନୀତି ।

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । କ୍ୟାବିନେଟ୍‌ ମୋହରକୁ ବି ବିତିଗଲାଣି ୫ବର୍ଷ । ହେଲେ ଆଜି ଯାଏଁ ନିର୍ଦ୍ଧାରଣ ହୋଇପାରିଲାନି ସରକାରୀ ନୀତି ।

'Bande Utkal Janani'

Photograph: (KANAK NEWS)

କନକ ବ୍ୟୁରୋ : ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । କ୍ୟାବିନେଟ୍‌ ମୋହରକୁ ବି ବିତିଗଲାଣି ୫ବର୍ଷ । ହେଲେ ଆଜି ଯାଏଁ ନିର୍ଦ୍ଧାରଣ ହୋଇପାରିଲାନି ସରକାରୀ ନୀତି । ୨ ମିନିଟ୍‌ ୧୧ ସେକେଣ୍ଡର ଅବଧିକୁ କିଏ ଛୋଟ କରି ସାରିଲାଣି । ପୁଣି କିଏ ‘ହାସମୟୀ’କୁ କହିଲାଣି ‘ହାସ୍ୟମୟୀ’ । ଏମିତିକି ରାଜ୍ୟ ସଙ୍ଗୀତ ଗାନ ବେଳେ ଦଣ୍ଡାୟମାନ ହୋଇ ସମ୍ମାନ ଦେଇ ପାରୁନାହାନ୍ତି ଜୟନାରାୟଣ ମିଶ୍ରଙ୍କ ଭଳି ଅନେକ ବରିଷ୍ଠ ଜନ ପ୍ରତିନିଧି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାଷାବିତ୍ ଓ ବୁଦ୍ଧିଜୀବୀ ।

୨୦୧୯ରେ ଏ ପ୍ରସଙ୍ଗ ଉଠିଥିଲା ବିଧାନସଭାରେ । ତତ୍କାଳୀନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦ୍‌ବେଗକୁ ସେତେବେଳେ ହୃଦବୋଧ କରିଥିଲା ଗୃହ । ବାଚସ୍ପତି ବି ରୁଲିଂ ଦେଇଥିଲେ । ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ତଥାପି ଏଯାବତ୍‌ ଚୁପ୍ ବସିଛି ସଂସ୍କୃତି ବିଭାଗ ।

ଦୀର୍ଘ ବର୍ଷ ତଳେ ଲେଖା ହୋଇଥିଲା ‘ବନ୍ଦେ ଉତ୍କଳ ଜନନୀ’ । ଯାହାକୁ ଶୁଣିଲେ ଦୁର୍ବଳ କଙ୍କାଳ ଉଠିବାର, ଜାଗିବାର ବି ସାମର୍ଥ୍ୟ ରଖେ । ହେଲେ ବର୍ଷକୁ ଦିନଟିଏ ଦିବସ ପାଳନ ଆଳରେ ଆମେ ଆମ ରାଜ୍ୟ ସଙ୍ଗୀତକୁ ଅବହେଳା କରୁ ନାହେଁ ତ ? ଏ ପ୍ରଶ୍ନ ନିଜକୁ ନିଜେ ପଚାରିବାର ସମୟ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe