କନକ ବ୍ୟୁରୋ : ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । କ୍ୟାବିନେଟ୍ ମୋହରକୁ ବି ବିତିଗଲାଣି ୫ବର୍ଷ । ହେଲେ ଆଜି ଯାଏଁ ନିର୍ଦ୍ଧାରଣ ହୋଇପାରିଲାନି ସରକାରୀ ନୀତି । ୨ ମିନିଟ୍ ୧୧ ସେକେଣ୍ଡର ଅବଧିକୁ କିଏ ଛୋଟ କରି ସାରିଲାଣି । ପୁଣି କିଏ ‘ହାସମୟୀ’କୁ କହିଲାଣି ‘ହାସ୍ୟମୟୀ’ । ଏମିତିକି ରାଜ୍ୟ ସଙ୍ଗୀତ ଗାନ ବେଳେ ଦଣ୍ଡାୟମାନ ହୋଇ ସମ୍ମାନ ଦେଇ ପାରୁନାହାନ୍ତି ଜୟନାରାୟଣ ମିଶ୍ରଙ୍କ ଭଳି ଅନେକ ବରିଷ୍ଠ ଜନ ପ୍ରତିନିଧି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାଷାବିତ୍ ଓ ବୁଦ୍ଧିଜୀବୀ ।
୨୦୧୯ରେ ଏ ପ୍ରସଙ୍ଗ ଉଠିଥିଲା ବିଧାନସଭାରେ । ତତ୍କାଳୀନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦ୍ବେଗକୁ ସେତେବେଳେ ହୃଦବୋଧ କରିଥିଲା ଗୃହ । ବାଚସ୍ପତି ବି ରୁଲିଂ ଦେଇଥିଲେ । ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ତଥାପି ଏଯାବତ୍ ଚୁପ୍ ବସିଛି ସଂସ୍କୃତି ବିଭାଗ ।
ଦୀର୍ଘ ବର୍ଷ ତଳେ ଲେଖା ହୋଇଥିଲା ‘ବନ୍ଦେ ଉତ୍କଳ ଜନନୀ’ । ଯାହାକୁ ଶୁଣିଲେ ଦୁର୍ବଳ କଙ୍କାଳ ଉଠିବାର, ଜାଗିବାର ବି ସାମର୍ଥ୍ୟ ରଖେ । ହେଲେ ବର୍ଷକୁ ଦିନଟିଏ ଦିବସ ପାଳନ ଆଳରେ ଆମେ ଆମ ରାଜ୍ୟ ସଙ୍ଗୀତକୁ ଅବହେଳା କରୁ ନାହେଁ ତ ? ଏ ପ୍ରଶ୍ନ ନିଜକୁ ନିଜେ ପଚାରିବାର ସମୟ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/01/ELfClKDGqNRw8VRCKuYj.jpg)