୧୦୦ ବର୍ଷରେ ପାଦ ଥାପିଲା ବ୍ରହ୍ମପୁରର ଉତ୍କଳ ଆଶ୍ରମ ; ଜୋର୍‌ ଧରିଲା ଐତିହାସିକ ସ୍ମାରକୀ ଦାବି

Advertisment

ବ୍ରହ୍ମପୁରର ମଧ୍ୟଭାଗରେ ରହିଛି ଉତ୍କଳ ଆଶ୍ରମ । ଶହେ ବର୍ଷର ଏ କୋଠାକୁ ଐତିହାସିକ ସ୍ମାରକୀ ଘୋଷଣା ପାଇଁ ଦାବି ଜୋର୍‌ ଧରିଛି । ୧୯୨୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଉତ୍କଳ ଆଶ୍ରମରେ ଆରମ୍ଭ ହୋଇଥିଲା ଖସଡ଼ା ।

ବ୍ରହ୍ମପୁରର ମଧ୍ୟଭାଗରେ ରହିଛି ଉତ୍କଳ ଆଶ୍ରମ । ଶହେ ବର୍ଷର ଏ କୋଠାକୁ ଐତିହାସିକ ସ୍ମାରକୀ ଘୋଷଣା ପାଇଁ ଦାବି ଜୋର୍‌ ଧରିଛି । ୧୯୨୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଉତ୍କଳ ଆଶ୍ରମରେ ଆରମ୍ଭ ହୋଇଥିଲା ଖସଡ଼ା ।

Brahmapur

Brahmapur Photograph: (Kanak news)

କନକ ବ୍ୟୁରୋ : ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଉ ଅଥବା ଭାଷା ଭିତ୍ତିକ ରାଜ୍ୟ, ସବୁ କ୍ଷେତ୍ରରେ ରହିଥିଲା ବ୍ରହ୍ମପୁର ଉତ୍କଳ ଆଶ୍ରମର ଅବଦାନ । ଆଉ ଏହି ଉତ୍କଳ ଆଶ୍ରମ ୧୦୦ବର୍ଷରେ ପାଦ ଥାପିଛି । ପ୍ରଥମ ଜାତୀୟ ସଭାଗୃହର ଶୋଭ ମଣ୍ଡନ କରିଥିବା ଏହି ଉତ୍କଳ ଆଶ୍ରମ ଆଜି ଅବହେଳିତ । ୧୦୦ ବର୍ଷ ପୂର୍ତ୍ତି ଅବସରରେ ଯଦିଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କିନ୍ତୁ ଏହି ପବିତ୍ର କୋଠାକୁ ଏଯାଏଁ ଐତିହାସିକ ସ୍ମାରକୀ ଭାବେ ଘୋଷଣା କରାଯାଇନାହିଁ ।

ବ୍ରହ୍ମପୁରର ମଧ୍ୟଭାଗରେ ରହିଛି ଉତ୍କଳ ଆଶ୍ରମ । ଶହେ ବର୍ଷର ଏ କୋଠାକୁ ଐତିହାସିକ ସ୍ମାରକୀ ଘୋଷଣା ପାଇଁ ଦାବି ଜୋର୍‌ ଧରିଛି । ୧୯୨୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଉତ୍କଳ ଆଶ୍ରମରେ ଆରମ୍ଭ ହୋଇଥିଲା ଖସଡ଼ା । ଅନେକ ମହାପୁରୁଷ ବୈଠକ କରି ଗଞ୍ଜାମ ସମ୍ମିଳନୀ ଗଠନ କରିଥିଲେ । ଏହାପରେ ଉତ୍କଳ ସମ୍ମିଳନୀ ଗଠନ ହୋଇଥିଲା । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନେଇ ଉତ୍କଳ ଆଶ୍ରମରେ ଖସଡ଼ା ପ୍ରସ୍ତୁତ ହେବା ପରେ ରମ୍ଭା ରାଜପ୍ରାସାଦରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । 

ଅଦିକ ପଢ଼ନ୍ତୁ---ବିକଶିତ ଓଡ଼ିଶାକୁ ଉପହାସ କରୁଛି କୋରାପୁଟ ବୈପାରୀଗୁଡ଼ାର ଆମପାଣିଗୁଡ଼ା: ବଦଳୁଛନ୍ତି ସରକାର, ବଦଳୁନି ଗାଁର ଭାଗ୍ୟ

ଏହାପରେ ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଭାବେ ପରିଚୟ ପାଇଥିଲା । ଗଞ୍ଜାମର ସ୍ବାଭିମାନ ଓ ଅସ୍ମିତାକୁ ବଜାୟ ରଖିବା ପାଇଁ ଉତ୍କଳ ଆଶ୍ରମକୁ ଐତିହାସିକ ସ୍ମାରକୀ ଭାବେ ଘୋଷଣା କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଉତ୍କଳ ଆଶ୍ରମ ଶତବାର୍ଷିକ ସମାରୋହରେ ବୀର ଓଡ଼ିଆମାନଙ୍କ ଅବଦାନକୁ ସମସ୍ତେ ମନେ ପକାଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ଗବେଷକ, ଶିକ୍ଷାବିତ୍‌ ସହ ଉତ୍କଳ ଆଶ୍ରମର ସଦସ୍ୟମାନେ ଯୋଗ ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe