ଅବସର ପୂର୍ବରୁ ଅଷ୍ଟ୍ରେଲୀୟ ଓପନର ଉସମାନ ଖ୍ବାଜାଙ୍କ ସାଂଘାତିକ ଅଭିଯୋଗ

Advertisment

ଏହି ପାକିସ୍ତାନ-ଜନ୍ମିତ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରଥମ ମୁସଲିମ୍ ଖେଳାଳି ଭାବେ ପରିଚିତ ।  ୩୯ ବର୍ଷୀୟ ଉସମାନ ଇଂଲଣ୍ଡ ବିପକ୍ଷରେ ଶେଷ ଥର ପାଇଁ ସିଡନି ଟେଷ୍ଟ ଖେଳିବେ । ଏହାପରେ ତାଙ୍କୁ ଆଉ ମଇଦାନରେ ଦେଖିବାକୁ ମିଳିବ ନାହିଁ ।

ଏହି ପାକିସ୍ତାନ-ଜନ୍ମିତ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରଥମ ମୁସଲିମ୍ ଖେଳାଳି ଭାବେ ପରିଚିତ ।  ୩୯ ବର୍ଷୀୟ ଉସମାନ ଇଂଲଣ୍ଡ ବିପକ୍ଷରେ ଶେଷ ଥର ପାଇଁ ସିଡନି ଟେଷ୍ଟ ଖେଳିବେ । ଏହାପରେ ତାଙ୍କୁ ଆଉ ମଇଦାନରେ ଦେଖିବାକୁ ମିଳିବ ନାହିଁ ।

Usman-khawaja

Usman-khawaja Photograph: (Google)

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଦଳର ଷ୍ଟାର୍ ଓପନରଙ୍କ ସନ୍ନ୍ୟାସ । କ୍ରିକେଟକୁ ଅଲବିଦା କରିଛନ୍ତି ଓପନର ଉସମାନ ଖ୍ୱାଜା । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଏନେଇ ପ୍ରେସମିଟ୍ କରି ସେ ନିଜ ମନ କଥା କହିଛନ୍ତି । ବିଶେଷକରି କ୍ରିକେଟ ପଡ଼ିଆ ଭିତରେ ଓ ବାହାରେ ତାଙ୍କ ସହିତ କିଏ କେଉଁଭଳି ବ୍ୟବହାର କରିଥିଲେ, ସେ ନେଇ ଖୁଲାସା କରିଛନ୍ତି  ଉସମାନ। ସେ ଅଭିଯୋଗ କରିଛନ୍ତି ଯେ, ଅଷ୍ଟ୍ରେଲିଆରେ ଇସଲାମୋଫୋବିଆ ଓ ମିଡିଆର ଡବଲ୍ ଷ୍ଟାଣ୍ଡାର୍ଡ ସେ ଦେଖିଛନ୍ତି । 

ଏହି ପାକିସ୍ତାନ-ଜନ୍ମିତ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରଥମ ମୁସଲିମ୍ ଖେଳାଳି ଭାବେ ପରିଚିତ ।  ୩୯ ବର୍ଷୀୟ ଉସମାନ ଇଂଲଣ୍ଡ ବିପକ୍ଷରେ ଶେଷ ଥର ପାଇଁ ସିଡନି ଟେଷ୍ଟ ଖେଳିବେ । ଏହାପରେ ତାଙ୍କୁ ଆଉ ମଇଦାନରେ ଦେଖିବାକୁ ମିଳିବ ନାହିଁ । ସେ ଏବେସୁଦ୍ଧା ୮୭ଟି ଟେଷ୍ଟରେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ସମସ୍ତ ମୁକାବିଲାରେ ତାଙ୍କ ବ୍ୟାଟରୁ ୬୨୦୬ ରନ୍ ଆସିଛି । ଏଥିରେ ସାମିଲ ଅଛି ୧୬ଟି ଶତକ । ଅବସର ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ଅବସରରେ  ତାଙ୍କ ପତ୍ନୀ ଏବଂ ସନ୍ତାନ ଉପସ୍ଥିତ ଥିଲେ । ଦୀର୍ଘଦିନ ଧରି ସେ ଅବସର ବାବଦରେ ଚିନ୍ତା କରିଥିବା ଉସମାନ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ---ଡୋମେଷ୍ଟିକ୍ କ୍ରିକେଟର ଡନ୍ ! ସବୁ ଫର୍ମାଟରେ ଫିଟ୍ ସରଫରାଜ

ଉସମାନ ଖ୍ୱାଜାଙ୍କ ସାଂଘାତିକ ଅଭିଯୋଗ

  • ପୂର୍ବତନ ଖେଳାଳି ଓ ମିଡିଆ ତାଙ୍କୁ ଆକ୍ରମଣ କରିଥିଲେ ।
  • ତାଙ୍କୁ ଅଳସୁଆ, ସ୍ୱାର୍ଥପର ବୋଲି କହିଥିଲେ ।
  • ସେମାନଙ୍କୁ ଡବଲ୍ ଷ୍ଟାଣ୍ଡାର୍ଡ ବୋଲି ସେ  ଅଭିଯୋଗ କରିଛନ୍ତି ।
  • ଅନ୍ୟ ଖେଳାଳି ଗଲ୍ଫ ଖେଳି କିମ୍ବା ବିୟର ପିଇ ଆଘାତ ପାଇଲେ କେହି କିଛି କହନ୍ତି ନାହିଁ ,
  • କିନ୍ତୁ ତାଙ୍କ କ୍ଷେତ୍ରରେ ଜାତିଗତ ଷ୍ଟେରିଓଟାଇପ୍ ଟ୍ୟାଗ୍ ଲଗାଯାଏ ।
  • ‘ମୁଁ ଚାହୁଛି ପରବର୍ତ୍ତୀ ଉସମାନ ଖ୍ବାଜାଙ୍କ ଯାତ୍ରା ଭିନ୍ନ ହେଉ’ । 
  • ଏସିଆ ଖେଳାଳିଙ୍କୁ ସବୁବେଳେ ଅଳସୁଆ ବୋଲି କହନ୍ତି ।
  • ଅବସର ଘୋଷଣା ସମୟରେ ପରିବାର ଉପସ୍ଥିତିରେ ଭାବୁକ ହୋଇଥିଲେ ଉସମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe