କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଦଳର ଷ୍ଟାର୍ ଓପନରଙ୍କ ସନ୍ନ୍ୟାସ । କ୍ରିକେଟକୁ ଅଲବିଦା କରିଛନ୍ତି ଓପନର ଉସମାନ ଖ୍ୱାଜା । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଏନେଇ ପ୍ରେସମିଟ୍ କରି ସେ ନିଜ ମନ କଥା କହିଛନ୍ତି । ବିଶେଷକରି କ୍ରିକେଟ ପଡ଼ିଆ ଭିତରେ ଓ ବାହାରେ ତାଙ୍କ ସହିତ କିଏ କେଉଁଭଳି ବ୍ୟବହାର କରିଥିଲେ, ସେ ନେଇ ଖୁଲାସା କରିଛନ୍ତି ଉସମାନ। ସେ ଅଭିଯୋଗ କରିଛନ୍ତି ଯେ, ଅଷ୍ଟ୍ରେଲିଆରେ ଇସଲାମୋଫୋବିଆ ଓ ମିଡିଆର ଡବଲ୍ ଷ୍ଟାଣ୍ଡାର୍ଡ ସେ ଦେଖିଛନ୍ତି ।
ଏହି ପାକିସ୍ତାନ-ଜନ୍ମିତ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରଥମ ମୁସଲିମ୍ ଖେଳାଳି ଭାବେ ପରିଚିତ । ୩୯ ବର୍ଷୀୟ ଉସମାନ ଇଂଲଣ୍ଡ ବିପକ୍ଷରେ ଶେଷ ଥର ପାଇଁ ସିଡନି ଟେଷ୍ଟ ଖେଳିବେ । ଏହାପରେ ତାଙ୍କୁ ଆଉ ମଇଦାନରେ ଦେଖିବାକୁ ମିଳିବ ନାହିଁ । ସେ ଏବେସୁଦ୍ଧା ୮୭ଟି ଟେଷ୍ଟରେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ସମସ୍ତ ମୁକାବିଲାରେ ତାଙ୍କ ବ୍ୟାଟରୁ ୬୨୦୬ ରନ୍ ଆସିଛି । ଏଥିରେ ସାମିଲ ଅଛି ୧୬ଟି ଶତକ । ଅବସର ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ଅବସରରେ ତାଙ୍କ ପତ୍ନୀ ଏବଂ ସନ୍ତାନ ଉପସ୍ଥିତ ଥିଲେ । ଦୀର୍ଘଦିନ ଧରି ସେ ଅବସର ବାବଦରେ ଚିନ୍ତା କରିଥିବା ଉସମାନ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଡୋମେଷ୍ଟିକ୍ କ୍ରିକେଟର ଡନ୍ ! ସବୁ ଫର୍ମାଟରେ ଫିଟ୍ ସରଫରାଜ
ଉସମାନ ଖ୍ୱାଜାଙ୍କ ସାଂଘାତିକ ଅଭିଯୋଗ
- ପୂର୍ବତନ ଖେଳାଳି ଓ ମିଡିଆ ତାଙ୍କୁ ଆକ୍ରମଣ କରିଥିଲେ ।
- ତାଙ୍କୁ ଅଳସୁଆ, ସ୍ୱାର୍ଥପର ବୋଲି କହିଥିଲେ ।
- ସେମାନଙ୍କୁ ଡବଲ୍ ଷ୍ଟାଣ୍ଡାର୍ଡ ବୋଲି ସେ ଅଭିଯୋଗ କରିଛନ୍ତି ।
- ଅନ୍ୟ ଖେଳାଳି ଗଲ୍ଫ ଖେଳି କିମ୍ବା ବିୟର ପିଇ ଆଘାତ ପାଇଲେ କେହି କିଛି କହନ୍ତି ନାହିଁ ,
- କିନ୍ତୁ ତାଙ୍କ କ୍ଷେତ୍ରରେ ଜାତିଗତ ଷ୍ଟେରିଓଟାଇପ୍ ଟ୍ୟାଗ୍ ଲଗାଯାଏ ।
- ‘ମୁଁ ଚାହୁଛି ପରବର୍ତ୍ତୀ ଉସମାନ ଖ୍ବାଜାଙ୍କ ଯାତ୍ରା ଭିନ୍ନ ହେଉ’ ।
- ଏସିଆ ଖେଳାଳିଙ୍କୁ ସବୁବେଳେ ଅଳସୁଆ ବୋଲି କହନ୍ତି ।
- ଅବସର ଘୋଷଣା ସମୟରେ ପରିବାର ଉପସ୍ଥିତିରେ ଭାବୁକ ହୋଇଥିଲେ ଉସମାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/usman-khawaja-2026-01-02-15-00-04.jpg)