ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ, ଆଜି କୋଟି କୋଟି ଟଙ୍କାର ମାଲିକ

Advertisment

ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କଥା ହେଉଛୁ, ଯିଏ କେତେବେଳେ ତାଙ୍କ ପିଲାଦିନର ଖାଦ୍ୟ କିଣି ପାରୁନଥିଲେ କିନ୍ତୁ ଆଜି କଠିନ ପରିଶ୍ରମ ବଳରେ ସେ ଏପରି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠି ତାଙ୍କୁ କେବଳ ବିଶ୍ୱ ଚିହ୍ନି ନାହିଁ ବରଂ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କଥା ହେଉଛୁ, ଯିଏ କେତେବେଳେ ତାଙ୍କ ପିଲାଦିନର ଖାଦ୍ୟ କିଣି ପାରୁନଥିଲେ କିନ୍ତୁ ଆଜି କଠିନ ପରିଶ୍ରମ ବଳରେ ସେ ଏପରି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠି ତାଙ୍କୁ କେବଳ ବିଶ୍ୱ ଚିହ୍ନି ନାହିଁ ବରଂ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

27

Photograph: (kanak news)

କନକ ବ୍ୟୁରୋ: କିଏ ଜାଣେ କେଉଁ ମୁହୂର୍ତ୍ତରେ ସମୟ କାହା ପାଇଁ କଡ଼ ଲେଉଟାଏ । ଜଣେ ବ୍ୟକ୍ତି ଗରିବରୁ ଧନୀ ହୋଇପାରେ । ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କଥା ହେଉଛୁ, ଯିଏ କେତେବେଳେ ତାଙ୍କ ପିଲାଦିନର ଖାଦ୍ୟ କିଣି ପାରୁନଥିଲେ କିନ୍ତୁ ଆଜି କଠିନ ପରିଶ୍ରମ ବଳରେ ସେ ଏପରି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠି ତାଙ୍କୁ କେବଳ ବିଶ୍ୱ ଚିହ୍ନି ନାହିଁ ବରଂ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ ପିଲାଦିନ ଦାରିଦ୍ର୍ୟ ଭିତରେ ବିତୁଥିବା ବେଳେ ଏବେ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଆମେ କହୁଛୁ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା । ଆଜି ହାର୍ଦ୍ଦିକଙ୍କ ପାଇଁ ବେଶ ଖାସ୍ ଦିନ । କାରଣ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ଷ୍ଟାର ଅଲରାଉଣ୍ଡର । 

୨୦୧୧ ବିଶ୍ୱକପ ବିଜୟର ସେଲିବ୍ରେସନ ଗୌତମ ଗମ୍ଭୀରଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର ସମସ୍ତେ କରୁଥାଆନ୍ତି । ପଡ଼ିଆ ଭିତରେ ଯେତିକି ଉତ୍ସାହ ଥିଲା ପଡ଼ିଆ ବାହାରେ ବି ତାଠାରୁ ଅଧିକ ଉତ୍ସାହ ରହିଥିଲା । ସେହି ପଡ଼ିଆ ବାହାରେ ରହି ଜଣେ ୧୭ ବର୍ଷୀୟ ବାଳକ ବି ଭାରତ ବିଜୟରେ ବେଶ ଉତ୍ସାହିତ ଥାଏ । ଆଉ ଆଜି ସେହି ବାଳକ ଟିମ୍ ଇଣ୍ଡିଆର ଜଣେ ପ୍ରମୁଖ ସଦସ୍ୟ । କେହି ଜାଣିନଥିଲେ ସେହି ବାଲକ ହାର୍ଦ୍ଦିକ ପାଣ୍ଡ୍ୟାରୁ ଭାରତର ଦ୍ବିତୀୟ କପିଳ ଦେବ ବନିଯିବେ । ଏହା ସଫଳ ହୋଇଛି ତାଙ୍କର କ୍ରିକେଟ ପ୍ରତି ଥିବା ଭଲ ପାଇବା ଆଉ ଆଗ୍ରହ ଯୋଗୁଁ । 

ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଅକ୍ଟୋବର ୧୯୯୩ରେ ଗୁଜୁରାଟର ସୁରତ ନିବାସୀ ହିମାଂଶୁ ପାଣ୍ଡ୍ୟାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଏକ ଛୋଟ କାର ଫାଇନାନ୍ସ ବ୍ୟବସାୟ କରୁଥିଲେ । ହାର୍ଦ୍ଦିକ ପାଞ୍ଚ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ବାପା ଲଗାତାର କ୍ଷତି ଯୋଗୁଁ କାର ଫାଇନାନ୍ସ ବ୍ୟବସାୟ ବନ୍ଦ କରିଦେଇଥିଲେ । ଏହା ପରେ, ସେ ଏବଂ ତାଙ୍କ ପରିବାର ବରୋଦାକୁ ଚାଲିଯାଇଥିଲେ, ଯେଉଁଠାରେ ସେମାନେ ଏକ ଭଡ଼ା ଘରେ ରହୁଥିଲେ । ପାଣ୍ଡ୍ୟାଙ୍କ ବାପା ହିମାଂଶୁଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ଏପରି ସମୟ ଥିଲା ଯେତେବେଳେ ହାର୍ଦ୍ଦିକ ଏବଂ ତାଙ୍କ ବଡ଼ ଭାଇ କୃଣାଲ ଦିନକୁ କେବଳ ଥରେ ଖାଇପାରୁଥିଲେ ।

ତାଙ୍କ ବାପା ହିମାଂଶୁ ଅନେକ ଥର ହୃଦଘାତର ଶିକାର ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ପାଇଁ ଚାକିରି କରିବା ଅସମ୍ଭବ ହୋଇଯାଇଥିଲା । ତେଣୁ, ଉଭୟ ଭାଇଙ୍କ ପିଲାଦିନ ଅନେକ ଅସୁବିଧା ମଧ୍ୟରେ ବିତିଥିଲା । ହାର୍ଦ୍ଦିକଙ୍କ ବାପା ହିମାଂଶୁ ପାଣ୍ଡ୍ୟା ମଧ୍ୟ ଜଣେ ବଡ଼ କ୍ରିକେଟ୍ ପ୍ରଶଂସକ ଥିଲେ । ସେ ହାର୍ଦ୍ଦିକ ଏବଂ କୃଣାଲଙ୍କ ସହିତ ମ୍ୟାଚ୍ ଦେଖିବାକୁ ଯାଉଥିଲେ ଏବଂ ସେମାନଙ୍କ ସହିତ କ୍ରିକେଟ୍ ମଧ୍ୟ ଖେଳିଥିଲେ । କ୍ରିକେଟ୍ ପ୍ରତି ସେମାନଙ୍କର ଆଗ୍ରହ ଦେଖି ତାଙ୍କ ବାପା ଦୁଇ ଭାଇଙ୍କୁ ମୋରେଙ୍କ କ୍ରିକେଟ୍ ଏକାଡେମିରେ ନାମ ଲେଖାଇଥିଲେ । ଆଉ ପରେ ତାଙ୍କ ପରିବାର ବରୋଦାରୁ ମୁମ୍ବାଇ ଚାଲିଆସିଥିଲେ । ଏମିତି ବି ସମୟ ଥିଲା ଦିନେ ହାର୍ଦ୍ଦିକ ୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ । 

ହେଲେ ୨୦୧୫ ମସିହା ତାଙ୍କ ପାଇଁ ବେଶ ଲକି ଥିଲା । ତାଙ୍କ ଦକ୍ଷତା ପାଇଁ ସେ ଆଇପିଏଲରେ ଚୟନ ହୋଇଥିଲେ । ଆଉ ତାଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ୧୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ଆଉ ଏହାପରେ ସେ ପଛକୁ ଫେରି ନଥିଲେ । ମ୍ୟାଚ୍ ପରେ ମ୍ୟାଚ୍ ଉନ୍ନତି କରିଚାଲିଥିଲେ । ତାଙ୍କ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସେ ଛାପ ଛାଡି ଯାଉଛନ୍ତି । ପାଣ୍ଡ୍ୟାଙ୍କ ପ୍ରଶଂସକଙ୍କ ଏକ ଲମ୍ବା ତାଲିକା ଅଛି । ଯେଉଁ ଦଳରେ ଦିନେ ସେ ସାଧାରଣ ଖେଳାଳି ଭାବେ ଡେବ୍ୟୁ କରିଥିଲେ ଆଜି ସେହି ଦଳର ସେ ଅଧିନାୟକ ରହିଛନ୍ତି । 

ଆଇପିଏଲରେ ଡବ୍ୟୁ କରିବାର ଠିକ ଗୋଟିଏ ବର୍ଷ ପରେ ସେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ । ଆଉ ଦେଖାଇଥିଲେ ତାଙ୍କ ଜଲଓ୍ୱା । ଏମିତି କି ସେ ଅନେକ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମଧ୍ୟ ରହିଛନ୍ତି । ସେ ଆଇସିସି ରାଙ୍କିଙ୍ଗରେ ଦୁଇ ନମ୍ୱର ଅଲରାଉଣ୍ଡର ସ୍ଥାନରେ ରହିଛନ୍ତି । ତାଙ୍କୁ ଟିମ୍ ଇଣ୍ଡିଆର ଦ୍ବିତୀୟ କପିଲ ଦେବ ମଧ୍ୟ କୁହାଯାଉଛି । 

ହାର୍ଦ୍ଦିକ କ୍ରିକେଟ ଭାବେ ବେଶ ସଫଳତା ପାଇଛନ୍ତି । ଗରିବିରୁ ଉଠି ଧନୀ ହୋଇଛନ୍ତି । ହେଲେ ତାଙ୍କ ପାରିବାରିକ ଜୀବନରେ ସେ ବିଫଳ ହୋଇଛନ୍ତି । ନିକଟରେ ୨୦୨୪ ଜୁଲାଇ ମାସରେ ତାଙ୍କ ଜୀବନରେ ଏକ ଝଡ଼ ସୃଷ୍ଟି ହୋଇଥିଲା । ପତ୍ନୀ ନାତାସାଙ୍କଠାରୁ ଡିଭୋର୍ସ ନେବା ପରେ ସେ ଏକ ପ୍ରକାର ଭାଙ୍ଗିପଡ଼ିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ କ୍ରିକେଟକୁ ଫେରିଥିଲେ ଆଉ ପୁଣି ନିଜ ଜଲଓ୍ୱା ଦେଖାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe