ଚୀନକୁ ସମର୍ଥନ କଲେ ଆମେରିକାକୁ ନୋ ଏଣ୍ଟ୍ରି ; ଆମେରିକା ବିଦେଶ ମନ୍ତ୍ରୀଙ୍କ ଘୋଷଣା

ଚୀନ୍‌କୁ ସମର୍ଥନ କଲେ ଆମେରିକାରେ ନୋ ଏଣ୍ଟ୍ରି । ନୂଆ ନିୟମ ଲାଗୁ କରିବାକୁ ଯାଉଛି ଟ୍ରମ୍ପ ପ୍ରଶାସନ ।  ମାର୍କ ରୁବିଓ କହିଲେ, ଆମେରିକାର ସରକାରକୁ କମଜୋର କରୁଥିବା ବ୍ୟକ୍ତିଙ୍କୁ କଠୋର ପରିମାଣ ଭୋଗିବାକୁ ପଡ଼ିବ ।

12

କନକ ବ୍ୟୁରୋ: ଚୀନ୍‌କୁ ସମର୍ଥନ କଲେ ଆମେରିକାରେ ନୋ ଏଣ୍ଟ୍ରି   । କିଛି ଏଭଳି କଟକଣା ଲଗାଇବାକୁ ଯାଉଛି ଟ୍ରମ୍ପ ପ୍ରଶାସନ ।  ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ ଘୋଷଣା କରିଛନ୍ତି, କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂଆ ଭିସା ଅନୁଯାୟୀ ପ୍ରତିବନ୍ଧକ ଲଗାଯିବ  । ଯେଉଁମାନେ ଜାଣିଶୁଣି ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ପାଇଁ କାମ କରୁଛନ୍ତି ସେମାନଙ୍କୁ ଏଭଳି ପରିଣାମ ଭୋଗିବାକୁ ପଡ଼ିବ । ଆମେରିକାର ସରକାରକୁ  କମଜୋର କରୁଥିବା ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବନି । ତେବେ କେଉଁ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲାଗିଛି ତାହା ଉଲ୍ଲେଖ କରିନାହାନ୍ତି ରୁବିଓ । 

ଯେଉଁମାନଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହେବ ସେମାନଙ୍କ ପରିବାରକୁ ମଧ୍ୟ ଆମେରିକାକୁ ପ୍ରବେଶ ଅନୁମତି ମିଳିବ ନାହିଁ  । ଦୀର୍ଘବର୍ଷ ଧରି ଆମେରିକା ଓ ଚୀନ୍ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୁ ତୁ ମେଁ ମେଁ ଲାଗି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe