କନକ ବ୍ୟୁରୋ: ଚୀନ୍କୁ ସମର୍ଥନ କଲେ ଆମେରିକାରେ ନୋ ଏଣ୍ଟ୍ରି । କିଛି ଏଭଳି କଟକଣା ଲଗାଇବାକୁ ଯାଉଛି ଟ୍ରମ୍ପ ପ୍ରଶାସନ । ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ ଘୋଷଣା କରିଛନ୍ତି, କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂଆ ଭିସା ଅନୁଯାୟୀ ପ୍ରତିବନ୍ଧକ ଲଗାଯିବ । ଯେଉଁମାନେ ଜାଣିଶୁଣି ଚୀନ୍ର କମ୍ୟୁନିଷ୍ଟ ପାର୍ଟି ପାଇଁ କାମ କରୁଛନ୍ତି ସେମାନଙ୍କୁ ଏଭଳି ପରିଣାମ ଭୋଗିବାକୁ ପଡ଼ିବ । ଆମେରିକାର ସରକାରକୁ କମଜୋର କରୁଥିବା ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବନି । ତେବେ କେଉଁ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲାଗିଛି ତାହା ଉଲ୍ଲେଖ କରିନାହାନ୍ତି ରୁବିଓ ।
ଯେଉଁମାନଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହେବ ସେମାନଙ୍କ ପରିବାରକୁ ମଧ୍ୟ ଆମେରିକାକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଦୀର୍ଘବର୍ଷ ଧରି ଆମେରିକା ଓ ଚୀନ୍ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୁ ତୁ ମେଁ ମେଁ ଲାଗି ରହିଛି ।