କନକ ବ୍ୟୁରୋ : ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ପାକ୍ ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫକୁ ଆମେରିକା ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ତେବେ ଏଠି ପ୍ରଶ୍ନ ଉଠିପାରେ ଘଟଣାକୁ ୩ ମାସେ ପୂରିବା ପରେ ହଠାତ ଆମେରିକା ଏହି ପଦକ୍ଷେପ କାହିଁକି ଗ୍ରହଣ କଲା ? ଏହା ପଛର କାରଣ ବିଶ୍ବମଞ୍ଚରେ ନିଜର ଭାବମୂର୍ତ୍ତି ମଜଭୁତ କରିବା ନା ଟ୍ରେଡ୍ ଡିଲ୍?
- ଟିଆର୍ଏଫ୍କୁ ବିଶ୍ବ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା
- ପହଲଗାମ ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ
- ଆମେରିକାର ଆଭିମୁଖ୍ୟ ପଛର ରଣନୀତି କ’ଣ?
- ଆତଙ୍କବାଦ ବିରୋଧୀ ନୀତି ନା ବାଣିଜ୍ୟିକ ଚୁକ୍ତି?
ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ପାକ୍ ସମର୍ଥିତ ଆତଙ୍କୀ ସଂଗଠନ ଟିଆରଏଫ୍ ନିଜକୁ ଦାୟୀ କରିଛି । ଆକ୍ରମଣକୁ ୩ମାସ ବିତିବା ପରେ ଆତଙ୍କୀ ସଂଗଠନକୁ ଆମେରିକା ବିଶ୍ବ ଆତଙ୍କୀ ସଂଗଠନ ଘୋଷଣା କରିଛି, ଯାହାକୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କହି ଆମେରିକାକୁ ଧନ୍ୟବାଦ ଦେଇଛି ଭାରତ । ତେବେ ଟିଆରଏଫ୍କୁ ବିଶ୍ବ ଆତଙ୍କୀ ସଂଗଠନ ଘୋଷଣା ପଛରେ କ’ଣ ରହିପାରେ ଆମେରିକାର ଉଦ୍ଦେଶ୍ୟ, ଏନେଇ ଏକାଧିକ ପ୍ରଶ୍ନ ଉଠିଲାଣି ।
ଟେରର୍, ଟିଆର୍ଏଫ୍ ଓ ଟ୍ରେଡ୍ ଡିଲ୍!
- ପହଲଗାମର ଆକ୍ରମଣକୁ ୩ ମାସ ପରେ ଆମେରିକାର ନିଦ ଭାଙ୍ଗିଛି
- ୨୦୧୯ରୁ କାଶ୍ମୀରରେ ଆତଙ୍କର ନୂଆ ନାଁ ଭାବେ ଟିଆରଏଫ୍ ଗଠିତ
- ଏହି ସଂଗଠନ ଲସ୍କର ପାଇଁ କାମ କରେ
- ୨୦୨୩ରେ, ଭାରତ ସରକାର ସଂଗଠନ ଉପରେ କଟକଣା ଲଗାଇଥିଲେ
- ପହଲଗାମ ଆତଙ୍କୀ ଆକ୍ରମଣ ପୂର୍ବରୁ ଏକାଧିକ ଆତଙ୍କୀ ଆକ୍ରମଣ କରିଛି ଟିଆରଏଫ୍
- ଯାହାକୁ ନଜରରେ ପୂର୍ବରୁ ରଖି ଆମେରିକା ଆକ୍ସନ୍ ନେଇପାରିଥାନ୍ତା
- ଟିଆରଏଫକୁ ବିଶ୍ବ ଆତଙ୍କୀ ସଂଗଠନ ଘୋଷଣା ପାଇଁ ବିଳମ୍ବ କ’ଣ ପାଇଁ
- ହଠାତ୍ ଟିଆରଏଫ୍ ଉପରେ ଲଗାମ, ଆମେରିକା ବାଣିଜ୍ୟିକ ରଣନୀତି ହୋଇପାରେ
- ଏହି ପଦକ୍ଷେପ ପଛର କାରଣ ଆମେରିକାର ବାଣିଜ୍ୟିକ ଚୁକ୍ତି ରଣନୀତି ନୁହେଁ ତ?
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ପଛରେ ନିଜର ହାତ ଥିବା ବାରମ୍ବାର ଦାବି କରୁଛି ଆମେରିକା । ଏପରିକି ଭାରତ ଏହାକୁ ଦୃଢ଼ ଭାବେ ଖଣ୍ଡନ କରୁଥିଲେ ବି ଟ୍ରମ୍ପ ନିଜ ବୟାନରୁ ଓହରୁନାହାଁନ୍ତି । ବର୍ତ୍ତମାନ ନୂଆ ରଣନୀତି ଆପଣାଇ ଆମେରିକା ପହଲଗାମ ଆକ୍ରମଣ ମାଷ୍ଟରମାଇଣ୍ଡ ଟିଆରଏଫକୁ ବିଶ୍ବ ଆତଙ୍କୀ ସଂଗଠନ ଘୋଷଣା କରିବା ଓ ଏହା ଉପରେ କଟକଣା ଲଗାଇବା ହୁଏତ ବାଣିଜ୍ୟିକ ଚୁକ୍ତି ପାଇଁ ଏକ ରଣନୀତି ହୋଇପାରେ ।