କନକ ବ୍ୟୁରୋ : ତୁଷାର ଝଡ଼ରେ ବେହାଲ ହୋଇଯାଇଛି ସାରା ଆମେରିକା । ଏହି କ୍ରମରେ ଆମେରିକାରୁ ଉଡ଼ାଣ ଭରିବାକୁ ଥିବା ୧୩ ହଜାର ବିମାନ ବାତିଲ କରାଯାଇଛି । ଶନିବାର ଦିନ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ତୁଷାରପାତ ସହ ପବନ ବୋହିଥିଲା । ଫଳରେ ଦେଶର ଅନେକ ସ୍ଥାନରେ ବିଜୁଳି ସରବାରହ ବନ୍ଦ କରାଯାଇଛି । ସେପଟେ ବରଫପାତ କାରଣରୁ ଗମନା ଗମନ ଠପ୍ ହୋଇଯାଇଛି ।
ଅଧିକ ପଢ଼ନ୍ତୁ : ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳା ବାଦଲ : ଆମେରିକା ଇରାନ ଅଭିମୁଖେ ପଠାଇଲା ଯୁଦ୍ଧଜାହାଜ
ଆମେରିକାର ୪୦ ପ୍ରତିଶତ ଲୋକ ଅର୍ଥାତ ୧୪ କୋଟି ଲୋକ ଏବେ ଶୀତକାଳୀନ ତୁଫାନର ଚେତାବନୀ ଘେରରେ ରହିଛନ୍ତି । ରାଷ୍ଟ୍ରୀୟ ପାଣିପାଗ ସେବା ତରଫରୁ ଶନିବାରରୁ ନେଇ ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ରକି ପର୍ବତମାଳାରୁ ନେଇ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ବରଫପାତକୁ ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଜ୍ଞାନୀମାନେ କହିଛନ୍ତି କି, ପଡ଼ୁଥିବା ବରଫ ଧୀରେ ଧୀରେ ତରଳିବ ।
ସେପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଦେଶର ୧୨ ରୁ ଅଧିକ ରାଜ୍ୟ ପାଇଁ ଜରୁରୀକାଳୀନ ଘୋଷଣା କରିଛନ୍ତି । ଆଗକୁ ଏହି ତାଲିକାରେ ଅନ୍ୟ କିଛି ରାଜ୍ୟ ସାମିଲ ହେବ ବୋଲି ଅନୁମାନ କରାଯାଉଛି । ସରକାରଙ୍କ ତରଫରୁ ଅନେକ ରାଜ୍ୟକୁ ଅତ୍ୟାବଶକୀୟ ସାମଗ୍ରୀ,କର୍ମଚାରୀ ଓ ଉଦ୍ଧାରକାରୀ ଦଳ ପଠାଯାଇଛି । ଏହାସହ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ : ହାର୍ ମାନିବୁ ନାହିଁ: ଗ୍ରିନ୍ଲାଣ୍ଡ ନେଇ ଆମେରିକା ସହ ଆଲୋଚନା ଜାରି ରଖିବାକୁ କହିଲେ ଡେନମାର୍କ ମନ୍ତ୍ରୀ
ଦେଶର ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି କି, ତୁଷାରପାତ ପାଇଁ ପାଖାପାଖି ୧ ଲକ୍ଷ ୨୦ ହଜାର ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇଛି । ଅନ୍ୟପଟେ ଫ୍ଲାଇଟ୍ ଟ୍ରେକିଂ ୱେବସାଇଟ୍ ଫ୍ଲାଇଟଅବେୟର ମୁତାବକ ଶନିବାର ଦିନ ଆମେରିକାରେ ପାଖାପାଖି ୧୩ ହଜାର ବିମାନ ଉଡ଼ାଣ ବାତିଲ କରରଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/america-2026-01-25-11-12-29.jpg)