ଭାରତ ଉପରୁ ୨୫ପ୍ରତିଶତ ଟାରିଫ ହଟାଇବ ଆମେରିକା; ମିଳିଲା ଗ୍ରୀନ୍ ସିଗନାଲ

Advertisment

ଆଶ୍ବସ୍ତିର ଖବର ହେଉଛି ଭାରତ ଉପରୁ ୨୫ପ୍ରତିଶତ ଟାରିଫ୍ ହଟାଇବାକୁ ଯାଉଛି ଆମେରିକା । ଗତ କିଛିଦିନ ପୂର୍ବରୁ ଆମେରିକାର ଅର୍ଥ ସଚିବ ଭାରତ ଉପରେ ଆଉ କୌଣସି ଟାରିଫ୍ ନଲଗାଇବା ପାଇଁ ସଂକେତ ଦେଇଥିଲେ ।

ଆଶ୍ବସ୍ତିର ଖବର ହେଉଛି ଭାରତ ଉପରୁ ୨୫ପ୍ରତିଶତ ଟାରିଫ୍ ହଟାଇବାକୁ ଯାଉଛି ଆମେରିକା । ଗତ କିଛିଦିନ ପୂର୍ବରୁ ଆମେରିକାର ଅର୍ଥ ସଚିବ ଭାରତ ଉପରେ ଆଉ କୌଣସି ଟାରିଫ୍ ନଲଗାଇବା ପାଇଁ ସଂକେତ ଦେଇଥିଲେ ।

tarif

tarif Photograph: (kanak news)

କନକ ବ୍ୟୁରୋ : ଗତ କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି, ଭାରତ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା । କିନ୍ତୁ ଆଶ୍ବସ୍ତିର ଖବର ହେଉଛି ଭାରତ ଉପରୁ ୨୫ପ୍ରତିଶତ ଟାରିଫ୍ ହଟାଇବାକୁ ଯାଉଛି ଆମେରିକା । ଗତ କିଛିଦିନ ପୂର୍ବରୁ ଆମେରିକାର ଅର୍ଥ ସଚିବ ଭାରତ ଉପରେ ଆଉ କୌଣସି ଟାରିଫ୍ ନଲଗାଇବା ପାଇଁ ସଂକେତ ଦେଇଥିଲେ । ଆଉ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆମେରିକା ଭାରତର ବାଣିଜ୍ୟକୁ ମଜବୁତ କରିବ ବୋଲି ଆଶା କରାଯାଉଛି ।

ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି, ଆମେରିକା ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୫% ଶୁଳ୍କ ଉଠାଇବା ବିଷୟରେ ବିଚାର କରୁଛି । ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଋଷରୁ ତେଲ କିଣିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଶୁଳ୍କ ଲାଗୁ କରାଯାଇଥିଲା । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ସେ କହିଥିଲେ, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ସଫଳ ହୋଇଛି ଏବଂ ଏବେ ଏହାକୁ ଉଠାଇ ଦିଆଯାଇପାରିବ । ଋଷରୁ ଭାରତର ତୈଳ କ୍ରୟ ଯଥେଷ୍ଟ ହ୍ରାସ ପାଇଛି । ଶୁଳ୍କ ବର୍ତ୍ତମାନ ଲାଗୁ ହୋଇଛି, କିନ୍ତୁ ମୁଁ ଆଶା କରୁଛି ଖୁବଶୀଘ୍ର ସେଗୁଡ଼ିକୁ ହଟାଇବା ପାଇଁ ରାସ୍ତା ଖୋଲିବ । ଏବଂ ପୂର୍ବଭଳି ଭାରତ ସହ ନିଃସ୍ବାର୍ଥପର ବାଣିଜ୍ୟ କରାଯାଇପାରିବ ।

ଅଧିକ ପଢ଼ନ୍ତୁ---ରକ୍ତରେ ଭିଜିଲା ବିବାହ ଉତ୍ସବ : ଆତ୍ମଘାତୀ ବିସ୍ଫୋରଣରେ ୭ ମୃତ, ଆକ୍ରମଣ ପଛରେ ଟିଟିପି ହାତ ସନ୍ଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe