କନକ ବ୍ୟୁରୋ : ଭାରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ଥା ନାଗେଶ୍ୱରନ କହିଛନ୍ତି କି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ କି ୧୫ ପ୍ରତିଶତ ରଖିବ ।
କୋଲକାତାର ଏକ କାର୍ଯ୍ୟକ୍ରମରେ ନାଗେଶ୍ୱରନ କହିଛନ୍ତି ତାଙ୍କର ପୂରା ଭରସା ରହିଛି କି ଆଗାମୀ କିଛି ମାସ ମଧ୍ୟେ ର କି ତା ପୂର୍ବରୁ ବି ଆମେରିକା ପ୍ୟାନେଲ ଟାରିଫ୍ କମାଇବା ଉପରେ ବିଚାର କରିପାରେ । ଏହାସହ ରେସିପ୍ରୋକଲ ଡ୍ୟୁଟି ମଧ୍ୟ ଯାହା ପୂର୍ବରୁ ଆଶା କରାଯାଉଥିଲା ସେହି ସ୍ଥରକୁ ଆସିପାରେ ।
ଯଦି ବାସ୍ତବରେ ଆମେରିକା ଏଭଳି ନିଷ୍ପତ୍ତି ନିଏ ତେବେ ଭାରତୀୟ ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ଥି ମିଳିବ । ଏହା ସହ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଜବୁତ ହେବ । ଟାରିଫ୍ କମ୍ କରାଗଲେ ଭାରତର ଷ୍ଟିଲ ଆଲୁମିନିୟମଓ ଶିଳ୍ପ ଉତ୍ପାଦକୁ ଆମେରିକା ବଜାରରେ ସହଜରେ ସ୍ଥାନ ମିଳିଯିବ ।