ଆମେରିକାର ଟାରିଫ, ଚିନ୍ତାରେ ପୂରା ବିଶ୍ୱ: ସମାଧାନ ପାଇଁ ପିଏମଓର ଉଚ୍ଚସ୍ତରୀୟ ବୈଠକ

Advertisment

ସାରା ବିଶ୍ବରେ ଏବେ ଗୋଟିଏ ଚର୍ଚ୍ଚା ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧମୂଳକ ଶୁଳ୍କ ତଥା ନୁଆ ଟାରିଫ ଲାଗୁ କରିଛନ୍ତି । ଯାହାର ପ୍ରଭାବ ପୂରା ବିଶ୍ବ ଉପରେ ପଡିଛି ।

Updated On

ସାରା ବିଶ୍ବରେ ଏବେ ଗୋଟିଏ ଚର୍ଚ୍ଚା ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧମୂଳକ ଶୁଳ୍କ ତଥା ନୁଆ ଟାରିଫ ଲାଗୁ କରିଛନ୍ତି । ଯାହାର ପ୍ରଭାବ ପୂରା ବିଶ୍ବ ଉପରେ ପଡିଛି ।

ଅଦ୍ୟତନ ହୋଇଛି
dvdvd

Photograph: (kanak news)

କନକ ବ୍ୟୁରୋ: ସାରା ବିଶ୍ବରେ ଏବେ ଗୋଟିଏ ଚର୍ଚ୍ଚା ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧମୂଳକ ଶୁଳ୍କ ତଥା ନୁଆ ଟାରିଫ ଲାଗୁ କରିଛନ୍ତି । ଯାହାର ପ୍ରଭାବ ପୁରା ବିଶ୍ବ ଉପରେ ପଡିଛି । ସେୟାର ବଜାର ମଧ୍ୟ ହ୍ରାସ ପାଇଛି । ଟ୍ରମ୍ପଙ୍କ ନୂଆ ଟାରିଫ ଲାଗୁ ହେବା ପରେ ପରେ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ  ହୋଇଥିବା ଏହି ବୈଠକରେ ବାଣିଜ୍ୟ ମନ୍ତ୍ରଣାଳୟ, ତିନି ଆୟୋଗ ଏବଂ ଅନ୍ୟ ବିଭାଗର ପ୍ରତିନିଧି ସାମିଲ ହୋଇଛନ୍ତି । ସତର୍କତାର ସହ ସମସ୍ୟା ସମାଧାନ ନେଇ ଚିନ୍ତା କରାଯାଉଥିବା ନେଇ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । 

ଭାରତ ପରେ ୨୭ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା
ଯାହା ଆସନ୍ତା ୯ ତାରିଖରୁ ଭାରତ ଉପରେ ଲାଗୁହେବ
ମେଡିସିନ୍, ଅଟୋମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଶୁଳ୍କ ଲାଗୁ ହେବ
୭୦୦ ବିଲିୟନ ଡଲାରର ମେଡିସିନ୍ ଭାରତ ଆମେରିକାକୁ ପଠାଇଥାଏ

ଫଲରେ ଟ୍ରମ୍ପଙ୍କ ନୂଆ ଟାରିଫର ପ୍ରଭାବ ଭାରତ ଉପରେ ପଡିବ। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । 

ଏସିଆ ମହାଦେଶରେ ଟ୍ରମ୍ପଙ୍କ ଟାରିଫ ସବୁଠୁ ଚୀନ ଉପରେ ଅଧିକ ରହିଛି । ଏସିଆରେ ଚୀନ ଉପରେ ସର୍ବାଧିକ ୫୪%, କମ୍ବୋଡିଆ ଉପରେ ୪୯%, ଶ୍ରୀଲଙ୍କା ଉପରେ ୪୪%, ବାଂଲାଦେଶ ଉପରେ ୩୭%, ଭାରତ ଉପରେ ୨୬%, ଜାପାନ ଉପରେ ୨୪, ସିଙ୍ଗାପୁର ଉପରେ ସବୁଠୁ କମ ୧୦ ପ୍ରତିଶତ ପ୍ରତିଶୋଧମୂଳକ ଟାରିଫ ଲାଗୁ କରିଛି । ଆସନ୍ତା ୯ ତାରିଖରୁ ନୁଆ ଶୁଳ୍କ ଲାଗୁ ହେବାର ଥିବା ବେଳେ ସମାଧାନ ପାଇଁ ବିକଳ୍ପ ପନ୍ତା ଚିନ୍ତା କରୁଛନ୍ତି ବିଭିନ୍ନ ଦେଶ । ଆମେରିକା ପରିବର୍ତ୍ତେ ଅନ୍ୟ ଦେଶ ସହ ବାଣିଜ୍ୟ କାରବାର ଉପରେ ବାର୍ତ୍ତାଳାପ ଚାଲିଛି । କିନ୍ତୁ ଏହି ଟାରିଫ ଯୁଦ୍ଧର ପ୍ରଭାବ କ’ଣ ପଡିବ ତାହା ଏବେ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଅର୍ଥନୈତିଜ୍ଞ ।

୨୦୩୦ ସୁଦ୍ଧା ଭାରତ-ଆମେରିକା ୫୦୦ ବିଲିୟନ ଡଲାର କାରବାର କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଟ୍ରମ୍ପଙ୍କ ନୂଆ ଟାରିଫ ଏହାକୁ ପ୍ରଭାବିତ କରିପାରେ । କିନ୍ତୁ ଆମେରିକାର ନୂଆ ଟାରିଫ ଦ୍ବାରା ଚୀନ ଅଧିକ ପ୍ରଭାବିତ ହେବା । ଯାହାର ଫାଇବା ଭାରତକୁ ମଳିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe