ଆମେରିକା ଆପଣାଇଲା ଯେଶାକୁ ତେସା ଟାରିଫ ନୀତି । ଭାରତ ଉପରେ ଏପ୍ରିଲ ୨ରୁ ଲାଗୁ ହେବ ପାରସ୍ପରିକ ଟାରିଫ

Advertisment

ଭାରତ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ। ଆମେରିକା ସଂସଦକୁ ସମ୍ବୋଧନ ବେଳେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେଉଁ ଦେଶ ଆମ ଉପରେ ଟାରିଫ୍ ଲଗାଉଛନ୍ତି, ତାଙ୍କ ସହ ଯେସାକୁ ତେସା ନୀତି ଆପଣାଇବ ଆମେରିକା।

ଭାରତ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ। ଆମେରିକା ସଂସଦକୁ ସମ୍ବୋଧନ ବେଳେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେଉଁ ଦେଶ ଆମ ଉପରେ ଟାରିଫ୍ ଲଗାଉଛନ୍ତି, ତାଙ୍କ ସହ ଯେସାକୁ ତେସା ନୀତି ଆପଣାଇବ ଆମେରିକା।

ୱଗଦରପ୍ଦପୋ:େଗିହୈୌୋ

Photograph: (kanakNews)

କନକ ବ୍ୟୁରୋ : ଭାରତ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ । ଆମେରିକା ସଂସଦକୁ ସମ୍ବୋଧନ ବେଳେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେଉଁ ଦେଶ ଆମ ଉପରେ ଟାରିଫ୍ ଲଗାଉଛନ୍ତି, ତାଙ୍କ ସହ ଯେସାକୁ ତେସା ନୀତି ଆପଣାଇବ ଆମେରିକା । କାନାଡା, ମେସ୍କିକୋ, ଭାରତ ଓ ଦକ୍ଷିଣ କୋରିଆ ବହୁତ ଟାରିଫ୍ ଲଗାଉଛନ୍ତି । ଭାରତ ଆମେରିକା ଉପରେ ଶତ ପ୍ରତିଶତ ଟାରିଫ ଲଗାଉଛି, ଚୀନ୍ ଦୁଇ ଗୁଣା, ଦକ୍ଷିଣ କୋରିଆ ବନ୍ଧୁରାଷ୍ଟ୍ର ହୋଇ ମଧ୍ୟ ୪ ଗୁଣା ଅଧିକ ଟାରିଫ ଲଗାଉଛି । ଏବେ ସେସବୁ ଚଳିବନି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ଆସନ୍ତା ଏପ୍ରିଲ ୨ ତାରିଖରୁ କାନାଡା, ମେସ୍କିକୋ, ଭାରତ ଓ ଚୀନ୍ ଉପରେ ଟାରିଫ୍ ଲଗାଇବେ ବୋଲି ଆମେରିକା ସଂସଦରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । 

ଟ୍ରମ୍ପଙ୍କ ଟାରିଫ ଧମକ 
-ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି
-ଭାରତ ଉପରେ ଆମେରିକା ଲଗାଇବ ଟାରିଫ
-ଏପ୍ରିଲ ୨ରୁ ଲାଗୁ ହେବ ଟାରିଫ
-ଭାରତକୁ ଟ୍ରମ୍ପଙ୍କ ଆକ୍ଷେପ
-ଭାରତ ଶତପ୍ରତିଶତ ଟାରିଫ ଲଗାଏ, ଯାହା ଉଚିତ ନୁହେଁ
-ଆମେରିକା ମଧ୍ୟ ପାରସ୍ପରିକ ଟାରିଫ ଲଗାଇବ
-ଆମେରିକା ଉପରେ ଅନ୍ୟ ରାଷ୍ଟ୍ର ଅଧିକ ଟାରିଫ ଲାଗୁ କରନ୍ତି
-ଆମେରିକା କିନ୍ତୁ କମ ଟାରିଫ ଲଗାଇବା ଫଳ ଭୋଗୁଛି
-ଏଣିକି ଆମେରିକା ଯେସାକୁ ତେସା ନୀତି ଆପଣାଇବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe