କନକ ବ୍ୟୁରୋ : ଭାରତ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ । ଆମେରିକା ସଂସଦକୁ ସମ୍ବୋଧନ ବେଳେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେଉଁ ଦେଶ ଆମ ଉପରେ ଟାରିଫ୍ ଲଗାଉଛନ୍ତି, ତାଙ୍କ ସହ ଯେସାକୁ ତେସା ନୀତି ଆପଣାଇବ ଆମେରିକା । କାନାଡା, ମେସ୍କିକୋ, ଭାରତ ଓ ଦକ୍ଷିଣ କୋରିଆ ବହୁତ ଟାରିଫ୍ ଲଗାଉଛନ୍ତି । ଭାରତ ଆମେରିକା ଉପରେ ଶତ ପ୍ରତିଶତ ଟାରିଫ ଲଗାଉଛି, ଚୀନ୍ ଦୁଇ ଗୁଣା, ଦକ୍ଷିଣ କୋରିଆ ବନ୍ଧୁରାଷ୍ଟ୍ର ହୋଇ ମଧ୍ୟ ୪ ଗୁଣା ଅଧିକ ଟାରିଫ ଲଗାଉଛି । ଏବେ ସେସବୁ ଚଳିବନି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ଆସନ୍ତା ଏପ୍ରିଲ ୨ ତାରିଖରୁ କାନାଡା, ମେସ୍କିକୋ, ଭାରତ ଓ ଚୀନ୍ ଉପରେ ଟାରିଫ୍ ଲଗାଇବେ ବୋଲି ଆମେରିକା ସଂସଦରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
ଟ୍ରମ୍ପଙ୍କ ଟାରିଫ ଧମକ
-ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି
-ଭାରତ ଉପରେ ଆମେରିକା ଲଗାଇବ ଟାରିଫ
-ଏପ୍ରିଲ ୨ରୁ ଲାଗୁ ହେବ ଟାରିଫ
-ଭାରତକୁ ଟ୍ରମ୍ପଙ୍କ ଆକ୍ଷେପ
-ଭାରତ ଶତପ୍ରତିଶତ ଟାରିଫ ଲଗାଏ, ଯାହା ଉଚିତ ନୁହେଁ
-ଆମେରିକା ମଧ୍ୟ ପାରସ୍ପରିକ ଟାରିଫ ଲଗାଇବ
-ଆମେରିକା ଉପରେ ଅନ୍ୟ ରାଷ୍ଟ୍ର ଅଧିକ ଟାରିଫ ଲାଗୁ କରନ୍ତି
-ଆମେରିକା କିନ୍ତୁ କମ ଟାରିଫ ଲଗାଇବା ଫଳ ଭୋଗୁଛି
-ଏଣିକି ଆମେରିକା ଯେସାକୁ ତେସା ନୀତି ଆପଣାଇବ