କନକବ୍ୟୁରୋ : ଆମେରିକାର ଟାରିଫ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।   ୭ଜଣ କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ରହିବା ସୂଚନା ।  ଭାରତୀୟ ରପ୍ତାନୀ ଉପରେ ୫୦% ଟାରିଫ ଲଗାଯିବା ପରେ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୬ଟା୩୦ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି  ।    ଏହି ବୈଠକରେ ୭ ଜଣ କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହି ବୈଠକରେ ବାଣିଜ୍ୟ ବିଭାଗରୁ ଆରମ୍ଭ କରି ଅର୍ଥନୀତି ଓ କୃଷି କ୍ଷେତ୍ର ପର୍ଯ୍ୟନ୍ତ ଆଲୋଚନା ହେବ ।  ମୋଦୀ ପୂର୍ବରୁ କୃଷକ, ମତ୍ସ୍ୟଜୀବୀ ଓ ପଶୁପାଳକଙ୍କ ସ୍ୱାର୍ଥରେ କୌଣସି ଆପୋସ ନକରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।