ଟ୍ରମ୍ପଙ୍କ ଟାରିଫକୁ ବେଆଇନ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ, ମନଇଚ୍ଛା ଅତିରିକ୍ତ ଆମଦାନୀ ଶୁଳ୍କ ବୃଦ୍ଧିକୁ କଲେ ରଦ୍ଦ

Advertisment

ମନଇଚ୍ଛା ଅତିରିକ୍ତ ଆମଦାନୀ ଶୁଳ୍କ ବୃଦ୍ଧିକୁ କଲେ ରଦ୍ଦ । ହେଲେ ଭାରତ ସହିତ ହୋଇଥିବା ବ୍ୟବସାୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଟମ୍ପଙ୍କ ବୟାନ କିଛି ବଦଳୁନି, ସେମାନେ ଟ୍ୟାରିଫ୍‌ ଦେବେ ଏବଂ ଆମେ ଟ୍ୟାରିଫ୍‌ ଦେବୁ ନାହିଁ ।

ମନଇଚ୍ଛା ଅତିରିକ୍ତ ଆମଦାନୀ ଶୁଳ୍କ ବୃଦ୍ଧିକୁ କଲେ ରଦ୍ଦ । ହେଲେ ଭାରତ ସହିତ ହୋଇଥିବା ବ୍ୟବସାୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଟମ୍ପଙ୍କ ବୟାନ କିଛି ବଦଳୁନି, ସେମାନେ ଟ୍ୟାରିଫ୍‌ ଦେବେ ଏବଂ ଆମେ ଟ୍ୟାରିଫ୍‌ ଦେବୁ ନାହିଁ ।

DonaldTrump

DonaldTrump Photograph: (Google)

କନକ ବ୍ୟୁରୋ;  ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତି। କିନ୍ତୁ ଟ୍ରମ୍ପ କହିଛନ୍ତି ଭାରତ ସହିତ ହୋଇଥିବା ବ୍ୟବସାୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଟାରିଫ ଉପରେ ସୁପ୍ରିମକୋର୍ଟ ରାୟ ଆସିବା ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, କିଛି ବଦଳୁନି, ସେମାନେ ଟ୍ୟାରିଫ୍‌ ଦେବେ ଏବଂ ଆମେ ଟ୍ୟାରିଫ୍‌ ଦେବୁ ନାହିଁ । ଆମେରିକା ସୁପ୍ରିମ୍‌ କୋର୍ଟ ୬ରୁ ୩ ଭୋଟ୍‌ରେ ଟ୍ରମ୍ପଙ୍କ ବିଶ୍ୱବ୍ୟାପୀ “ରେସିପ୍ରୋକାଲ୍‌” ଟ୍ୟାରିଫ୍‌କୁ ଅବୈଧ ଘୋଷଣା କରିଛନ୍ତି । ଏହି ଟ୍ୟାରିଫ୍‌ ୧୯୭୭ ମସିହାର ଇଣ୍ଟର୍‌ନ୍ୟାସନାଲ୍‌ ଇମର୍ଜେନ୍ସି ଇକୋନୋମିକ୍‌ ପାୱାର୍ସ୍‌ ଆକ୍ଟ୍  ଅଧୀନରେ ଲଗାଯାଇଥିଲା । ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍‌ଙ୍କ କହିଛନ୍ତି ଯେ ଏହି ଆଇନ ରାଷ୍ଟ୍ରପତିଙ୍କୁ ଆମଦାନୀ ଶୁଳ୍କ ଲଗାଇବାର କ୍ଷମତା ଦିଏ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ନ୍ୟାସନାଲ ଏମରଜେନ୍ସି ପାଇଁ ରହିଥିବା ଆଇନର ଅପବ୍ୟବହାର କରି ଅତିରିକ୍ତ ଶୁଳ୍କ ଲଗାଇ ନିଜ ଅଧିକାରର ଉଲ୍ଲଂଘନ କରିଛନ୍ତି ।

ଅଧିକ ପଢନ୍ତୁ:  ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣ, ୱାସିଂଟନକୁ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନାହିଁ ବ୍ରିଟେନ

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ “ଭୟଙ୍କର” ବୋଲି ବର୍ଣ୍ଣନା କରି କ୍ଷୋଭ ପ୍ରକାଶ କରିଛନ୍ତି  ଟ୍ରମ୍ପ ଏବଂ ଏକ ନୂଆ ୧୦% ଗ୍ଲୋବାଲ୍‌ ଟ୍ୟାରିଫ୍‌ ଲଗାଇବାକୁ ଘୋଷଣା କରିଛନ୍ତି । ଭାରତ ସହିତ ଚୁକ୍ତି ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ଆମେ ଭାରତ ସହିତ ଏକ ନ୍ୟାୟପୂର୍ଣ୍ଣ ଚୁକ୍ତି କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ୍‌ ବ୍ୟକ୍ତି, କିନ୍ତୁ ଅନ୍ୟମାନଙ୍କ ସହିତ ଆଲୋଚନାରେ ସେ ଅଧିକ କଠୋର ଥିଲେ, ଆମ ସହିତ ହୋଇଥିବା ଚୁକ୍ତିରେ କମ୍‌ । କିନ୍ତୁ ନୂଆ ୧୦% ଗ୍ଲୋବାଲ୍‌ ଟ୍ୟାରିଫ୍‌ ଏହି ଚୁକ୍ତିକୁ ପ୍ରଭାବିତ କରିପାରେ। ହ୍ୱାଇଟ୍‌ ହାଉସ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ସମେତ ଚୁକ୍ତି ହୋଇଥିବା ଦେଶଗୁଡ଼ିକ ଏବେ ଏହି ୧୦% ଟ୍ୟାରିଫ୍‌ର ସମ୍ମୁଖୀନ ହେବେ । 

ଟ୍ରମ୍ପଙ୍କୁ ଝଟ୍‌କା
‘ଟାରିଫ ବେଆଇନ’ 
ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ନିଷ୍ପତ୍ତିକୁ ଆମେରିକା ସୁପ୍ରିମକୋର୍ଟଙ୍କ ଶକ୍ତ ଝଟ୍‌କା
ଅତିରିକ୍ତ ଶୁଳ୍କକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ
ରାଷ୍ଟ୍ରପତିଙ୍କର ଟାରିଫ୍‌ ଲଗାଇବାର ଅଧିକାର ନାହିଁ 
୬-୩ ଭୋଟ୍‌ରେ କାଟ ଖାଇଲା ଟ୍ରମ୍ପଙ୍କ ଶୁଳ୍କ ନିଷ୍ପତ୍ତି
‘ଆଇଇଇପିଏ’ ଜରିଆରେ ନିଜ ଅଧିକାର ଅପବ୍ୟବହାର କରିଛନ୍ତି ଟ୍ରମ୍ପ 
ଟାରିଫକୁ ବେଆଇନ ଘୋଷଣା ସତ୍ବେ ବଦଳିବନି ଭାରତ ସହ ଚୁକ୍ତି
ଭାରତ ସହିତ ବ୍ୟବସାୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ: ଟ୍ରମ୍ପ
କିଛି ବଦଳୁନି, ସେମାନେ ଟ୍ୟାରିଫ୍‌ ଦେବେ ଏବଂ ଆମେ ଟ୍ୟାରିଫ୍‌ ଦେବୁ ନାହିଁ: ଟ୍ରମ୍ପ
ଏହି ନିଷ୍ପତ୍ତିକୁ “ଭୟଙ୍କର” ବୋଲି ବର୍ଣ୍ଣନା କରି କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ
ଏକ ନୂଆ ୧୦% ଗ୍ଲୋବାଲ୍‌ ଟ୍ୟାରିଫ୍‌ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଅପମାନଜନକ ବୋଲି କହିଛନ୍ତି ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe