କନକ ବ୍ୟୁରୋ : ଭାରତ ଫେରିବ ଆତଙ୍କୀ ତହବୁର । କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦେଇଛି । ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା । କାନାଡାରେ ବ୍ୟବସାୟ କରୁଥିଲା । ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରମୁଖ ଭୁମିକା ଥିବା ଅଭିଯୋଗ ହୋଇଥିଲା । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ତହବୁର । ଆମେରିକା ଲସ୍ ଏଞ୍ଜଲସ୍ ଜେଲରେ ରହୁଥିବା ତହବୁରକୁ ଫେରାଇ ଆଣିବାକୁ ଦାବି କରି ଆସୁଥିଲା ଭାରତ । ମାମଲାର ସମୀକ୍ଷା ପାଇଁ ନଭେମ୍ବର ୧୩ ତାରିଖରେ ଆମେରିକା ସୁପ୍ରିମକୋର୍ଟରେ ଆବେଦନ କରିଥିଲା ତହବୁର । ହେଲେ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ ।
ଭାରତ ଫେରିବ ଆତଙ୍କବାଦୀ ତହବୁର ରାଣା; ପ୍ରତ୍ୟାର୍ପଣ ପାଇଁ ଆମେରିକା ସୁପ୍ରିମକୋର୍ଟଙ୍କ ଅନୁମତି
ଭାରତ ଫେରିବ ଆତଙ୍କୀ ତହବୁର । କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦେଇଛି । ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।
/kanak/media/media_files/2025/01/25/RY6XJ1ZNdVpi6GDeJLtX.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)