କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ପୂରଣ କରିବା ପାଇଁ ଏକ ନୂତନ ରଣନୀତି ଆରମ୍ଭ କରିଛନ୍ତି । ଆମେରିକାର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌କୁ ଫସାଇବା ପାଇଁ ଧମକ ଦିଆଯାଉଛି । ଚୀନ୍‌କୁ ଟ୍ରମ୍ପ ରୁଷ ଅପେକ୍ଷା ବଡ଼ ଶତ୍ରୁ ବୋଲି ବିବେଚନା କରନ୍ତି । ଆମେରିକା ରିପୋର୍ଟ ଅନୁସାରେ ଚୀନ୍‌ରେ ସି ଜିନପିଙ୍ଗଙ୍କୁ କ୍ଷମତାଚ୍ୟୁତ କରିବାର ଖେଳ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କୁ କ୍ଷମତାରୁ ହଟାଇବା ପାଇଁ ତାଙ୍କର ବିଶ୍ବସ୍ତ ଶୀର୍ଷ ଜେନେରାଲ ଟ୍ରମ୍ପଙ୍କ ସହିତ ଗୁପ୍ତ ଭାବରେ ଏକ ଚୁକ୍ତି କରିଥିଲେ । ସେ ବେଜିଂର ପରମାଣୁ ଗୁପ୍ତ ତଥ୍ୟ ଆମେରିକା ଦେଇଥିବା କୁହାଯାଉଛି । ଟ୍ରମ୍ପ ଏକ ବିସ୍ତାରବାଦୀ ପଦକ୍ଷେପ ନେଇଛନ୍ତି । ନିଜକୁ ବିଶ୍ୱର ସବୁଠାରୁ ବଡ଼ ବିସ୍ତାରବାଦୀ ବୋଲି ଭାବୁଥିବା ଚୀନ୍ ଏବେ ଟ୍ରମ୍ପଙ୍କ ଫାସରେ ପଡ଼ିଥିବା କୁହାଯାଉଛି । ଟ୍ରମ୍ପଙ୍କ ହଡ଼ପ୍ ନୀତି ସିଧାସଳଖ ସି ଜିନପିଙ୍ଗଙ୍କ ସ୍ଥିତିକୁ ବିପଦରେ ପକାଇଛି । ଟ୍ରମ୍ପ ତାଙ୍କ ଗୁପ୍ତଚରଙ୍କୁ ସି ଜିନପିଙ୍ଗଙ୍କ ପାଖେ ପାଖେ ରଖିଛନ୍ତି । ଆମେରିକାର ଗୁପ୍ତଚର ସଂସ୍ଥା, ସିଆଇଏ ଚୀନ୍‌ରେ ଏକ ଜାଲ ବୁଣିଛି । ସି ଜିନପିଙ୍ଗଙ୍କ କ୍ଷମତା ଏଥିରେ ଫସିଯାଇଛି । ସି ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହର ଭୟ ଏବେ ବେଜିଂ ଉଠିବାରେ ଲାଗିଛି। ଶୀର୍ଷ ଚୀନ୍ ଜେନେରାଲ ଝାଙ୍ଗ ୟୁକ୍ସିଆ ଏବେ ସି ଜିନପିଙ୍ଗଙ୍କ ପାଇଁ କଣ୍ଟା ପାଲଟିଛନ୍ତି ।

Advertisment

ପରମାଣୁ ଗୁପ୍ତ ସୂଚନା ଲିକ୍

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସି ଜିନପିଙ୍ଗଙ୍କ ଶୀର୍ଷ ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ବିରୋଧରେ ଆମେରିକାକୁ ଚୀନ୍‌ର ପରମାଣୁ ଗୁପ୍ତ ତଥ୍ୟ ଲିକ୍ କରିବାର ଅଭିଯୋଗ ଆସିଛି । ଜେନେରାଲ ସିଆଇଏ ସହିତ ସମ୍ପର୍କ ରଖିଥିବାର ମଧ୍ୟ ଅଭିଯୋଗ ଅଛି ।

ଅଧିକ ପଢ଼ନ୍ତୁ--ବର୍ଣ୍ଣବୈଷମ୍ୟ ବିବାଦ ଘେରରେ ଏଲୋନ ମସ୍କ

ଆମେରିକା ପାଇଁ କାମ କରୁଥିଲେ ଜେନେରାଲ

ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ବିରୋଧରେ ତଦନ୍ତ ଚାଲିଛି । ଜିନପିଙ୍ଗଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ସେ ଆମେରିକାର ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ ହୋଇଛି । ଟ୍ରମ୍ପ ଚୀନ୍‌ର ପରମାଣୁ କାର୍ଯ୍ୟକ୍ରମର ପ୍ରତ୍ୟେକ ଗୁପ୍ତ ବିବରଣୀ ହାସଲ କରିବାକୁ ଚାହୁଁଛନ୍ତି । ଚୀନ୍‌ର ଜେନେରାଲ୍ ୟୁକ୍ସିଆ ଟ୍ରମ୍ପଙ୍କ ଯୋଜନାର ଅଂଶ ହୋଇପାରନ୍ତି, ଯାହା ମାଧ୍ୟମରେ ଆମେରିକା ଏକ ବଡ଼ ରଣନୀତି ଉପରେ କାମ କରୁଥିବା କୁହାଯାଉଛି । ସୂତ୍ର ଅନୁଯାୟୀ, ପରମାଣୁ ସୂଚନା ସଂଗ୍ରହ କରିବା ସହିତ ବେଜିଂରେ ଏକ ବିଦ୍ରୋହ କରିବା ପାଇଁ ମଧ୍ୟ ଆମେରିକା ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିଲା ।