ପାକିସ୍ତାନକୁ ବଡ଼ ଝଟକା , ପିଓକେକୁ ଭାରତର ଅଂଶ ବୋଲି କହିଲା ଆମେରିକା

Advertisment

ପିଓକେକୁ ଭାରତର ଅଂଶ ବୋଲି କହିଲା ଆମେରିକା । ଭାରତ ସହିତ ବାଣିଜ୍ୟ ଚୁକ୍ତି ପରେ, ଆମେରିକା ଏପରି ଏକ ପଦକ୍ଷେପ ନେଇଛି ଯାହା ପାକିସ୍ତାନକୁ ଶକ୍ତ ଝଟକା ଦେଇଛି ।

ପିଓକେକୁ ଭାରତର ଅଂଶ ବୋଲି କହିଲା ଆମେରିକା । ଭାରତ ସହିତ ବାଣିଜ୍ୟ ଚୁକ୍ତି ପରେ, ଆମେରିକା ଏପରି ଏକ ପଦକ୍ଷେପ ନେଇଛି ଯାହା ପାକିସ୍ତାନକୁ ଶକ୍ତ ଝଟକା ଦେଇଛି ।

trump on pok

କନକ ବ୍ୟୁରୋ : ପାକିସ୍ତାନକୁ ବଡ଼ ଝଟକା । ପିଓକେକୁ ଭାରତର ଅଂଶବୋଲି କହିଲା ଆମେରିକା । ଭାରତ ସହିତ ବାଣିଜ୍ୟ ଚୁକ୍ତି ପରେ, ଆମେରିକା ଏପରି ଏକ ପଦକ୍ଷେପ ନେଇଛି ଯାହା ପାକିସ୍ତାନକୁ ଶକ୍ତ ଝଟକା ଦେଇଛି । ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଭାରତର ଏକ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ସମଗ୍ର ଜମ୍ମୁ-କାଶ୍ମୀରକୁ ଭାରତର ଅଂଶଭାବେ ଦର୍ଶାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଢାଞ୍ଚା ପ୍ରକାଶ ପରେ ଏହି ମାନଚିତ୍ର ପୋଷ୍ଟ କରାଯାଇଛି । କାଶ୍ମୀର ପ୍ରସଙ୍ଗରେ ୱାସିଂଟନର ପୂର୍ବ ସ୍ଥିତି ହେଉଛି, ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ । ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବା ଉଚିତ । 

ଅଧିକ ପଢନ୍ତୁ : ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ; ୨୫ରୁ ଅଧିକ ମୃତ, ୮୦ ରୁ ଅଧିକ ଆହତ

ପାକିସ୍ତାନକୁ ଶକ୍ତ ଝଟକା
ଆମେରିକା ମାନିଲା ପିଓକେ ଭାରତର
ଆମେରିକା ପକ୍ଷରୁ ଭାରତର ମାନଚିତ୍ର ପ୍ରକାଶ  
ପୂର୍ବରୁ ୱାସିଂଟନ ପିଓକୁକୁ ଦ୍ୱିପାକ୍ଷିକ ପ୍ରସଙ୍ଗ କହୁଥିଲା 
୨୦୨୩ରେ ଆମେରିକା ରାଷ୍ଟ୍ରଦୂତ ସ୍ଥିତିକୁ ଦୋହରାଇଥିଲେ
କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ 
ସମଗ୍ର ଜମ୍ମୁ-କାଶ୍ମୀରକୁ ଭାରତର ଅଂଶ ଦର୍ଶାଇଛି ଆମେରିକା 
ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି 
ଆମେରିକାର ଚାଟୁକାର ସାଜିଥିବା ପାକିସ୍ତାନକୁ ଶକ୍ତ ଝଟକା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe