କନକ ବ୍ୟୁରୋ : ଚୀନ ପରି ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ ବୋଲି ଆମେରିକା କହିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏବେ ଭାରତ ଗସ୍ତରେ ଥିବା ଆମେରିକାର ଉପବିଦେଶ ସଚିବ ଖ୍ରୀଷ୍ଟୋଫର ଲେଣ୍ଡୋଙ୍କ ମନ୍ତବ୍ୟ ଆମେରିକା ଏହି ଚୁକ୍ତିରେ ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଥିବା ଜଣାପଡ଼ିଛି । ଲେଣ୍ଡୋ ଚାରି ଦିବସୀୟ ଭାରତ ଗସ୍ତରେ ମାର୍ଚ୍ଚ ୩ରୁ ୬ ତାରିଖ ପର୍ଯ୍ୟନ୍ତ  ଥିବାବେଳେ ଭାରତର ବର୍ଦ୍ଧିତ ଅର୍ଥ ବ୍ୟବସ୍ଥାର ଜୋରଦାର ପ୍ରଶଂସା କରିଥିଲେ ।

Advertisment

ଲେଣ୍ଡୋ ନୂଆଦିଲ୍ଲୀଠାରେ ଆୟୋଜିତ ‘ରାୟସୀନା ଡାଏଲଗ୍‌ ୨୦୨୬’କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିର ପ୍ରଶଂସା କରିଥିଲେ । ଲେଣ୍ଡୋ କହିଥିଲେ, ଚୀନ ସହିତ ଅତୀତର ବାଣିଜ୍ୟିକ ସମ୍ପର୍କରୁ ଆମେରିକା ଯେଉଁ ଶିକ୍ଷା ପାଇଛି ତାକୁ ଭାରତ ସହିତ ଦୋହରାଇବ ନାହିଁ । ଆମେରିକା ଭାରତ ସହିତ ବାଣିଜ୍ୟ କ୍ଷେତ୍ରରେ ନିଜର ପ୍ରାଥମିକତା ଓ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେବ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ : ଚୀନ ପରି ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା

ଲେଣ୍ଡୋ କହିଛନ୍ତି, ଭାରତ ବୁଝିବା ଉଚିତ ଯେ, ଆମେ ୨୦ ବର୍ଷ ପୂର୍ବେ ଚୀନ୍ ସହିତ ଯେଉଁ ଭୁଲ କରିଥିଲୁ, ତାହା ଭାରତ ସହିତ କରିବୁ ନାହିଁ, କହିବାର ଅର୍ଥ ହେଉଛି, ଆମେ ତୁମକୁ ଏହି ସମସ୍ତ ବଜାର ବିକଶିତ କରିବାକୁ ସକ୍ଷମ କରାଇବୁ ଏବଂ ତା’ପରେ ଆମେ ଜାଣିଛୁ ଯେ, ତୁମେ ବହୁତ ବାଣିଜ୍ୟିକ ଜିନିଷରେ ଆମକୁ ପଛରେ ପକାଇ ଦେଉଛ । ଆମକୁ ଆମ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିବ, ଯେମିତି ଭାରତ ତା’ର ଲୋକଙ୍କ ନିକଟରେ ଭାରତ ସରକାର ଉତ୍ତରଦାୟୀ ବୋଲି ଲେଣ୍ଡୋ କହିଛନ୍ତି ।