କନକ ବ୍ୟୁରୋ :  ଇରାନରେ ହିଂସାତ୍ମକ ବିକ୍ଷୋଭ ମଧ୍ୟରେ ଆମେରିକା ଓ ଇରାନ ଅଧିକାରୀମାନେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକରେ ମୁହାଁମୁହିଁ ହୋଇଥିଲେ। ଆମେରିକାର ରାଷ୍ଟ୍ରଦୂତ ଚେତାବନୀ ଦେଇଛନ୍ତି ଯେ, ତେହେରାନ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନରମ ସ୍ୱର ସତ୍ତ୍ୱେ ଇସଲାମିକ୍ ରିପବ୍ଲିକ୍ ବିରୋଧରେ ସମସ୍ତ ବିକଳ୍ପ ମହଜୁଦ ଅଛି । ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଟଜ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଜଣେ କାର୍ୟ୍ୟର ବ୍ୟକ୍ତି, ଜାତିସଂଘରେ ଆମେ ଦେଖୁଥିବା ପରି ଅନ୍ତହୀନ କଥାବାର୍ତ୍ତା ସେ ଚାହାନ୍ତି ନାହିଁ। ହତ୍ୟା ବନ୍ଦ କରିବା ପାଇଁ ସମସ୍ତ ବିକଳ୍ପ ଟେବୁଲରେ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଇସଲାମିକ୍ ରିପବ୍ଲିକର ସୁରକ୍ଷା ବାହିନୀ ଦ୍ୱାରା ହଜାର ହଜାର ଅସନ୍ତୁଷ୍ଟଙ୍କୁ ହତ୍ୟା କରାଯିବା ମାମଲାରେ ଇରାନ ବିରୋଧରେ ଆମେରିକାର ସମ୍ଭାବ୍ୟ କାର୍ୟ୍ୟାନୁଷ୍ଠାନକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ୱାଲ୍ଟଜଙ୍କ ମନ୍ତବ୍ୟ ଆସିଛି। ରିପୋର୍ଟ ଅନୁଯାୟୀ, ଇଣ୍ଟରନେଟ୍ ବ୍ଲାକଆଉଟ୍ ଜାରି ରହିଥିବାରୁ ଇରାନରେ ବିକ୍ଷୋଭ ପ୍ରାୟତଃ ହ୍ରାସ ପାଇଛି । 

Advertisment

ଆମେରିକାର ହ୍ୟୁମ୍ୟାନ୍ ରାଇଟ୍‌ସ ଆକ୍ଟିଭିଷ୍ଟ ନ୍ୟୁଜ୍ ଏଜେନ୍ସି (ଏଚ୍ଆରଏନ୍ଏ) କହିଛି ଯେ, ଏହା ୨,୪୩୫ ବିକ୍ଷୋଭକାରୀ ଓ ୧୫୩ ସରକାରୀ ବ୍ୟକ୍ତିଙ୍କ ମୃତ୍ୟୁର ଯାଞ୍ଚ କରିଛି। ନରୱେସ୍ଥିତ ଇରାନ ମାନବାଧିକାର (ଆଇଏଚ୍ଆର୍) ଏନ୍‌ଜିଓ କହିଛି ଯେ ଇରାନ ସୁରକ୍ଷା ବାହିନୀ ଅତି କମ୍‌ରେ ୩,୪୨୮ ବିକ୍ଷୋଭକାରୀଙ୍କୁ ହତ୍ୟା କରିଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଇରାନର ଜାତିସଂଘର ଉପରାଷ୍ଟ୍ରଦୂତ ଗୁଲାମହୋସେନ୍ ଦର୍ଜି କହିଛନ୍ତି ଯେ, ଇରାନ ଉତ୍ତେଜନା ବୃଦ୍ଧି କିମ୍ବା ମୁହାଁମୁହିଁ ହେବାକୁ ଚାହୁନାହିଁ। ଇରାନ ଅଶାନ୍ତିରେ ତାଙ୍କ ଦେଶର ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ଲୁଚାଇବା ପାଇଁ ୱାଲ୍ଟଜ୍ ଜାଣିଶୁଣି ଭୁଲ ସୂଚନା ଦେଉଛନ୍ତି। ସେ ସୁରକ୍ଷା ପରିଷଦକୁ କହିଛନ୍ତି ଯେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଯେକୌଣସି ଆକ୍ରମଣର ନିର୍ଣ୍ଣାୟକ, ଆନୁପାତିକ ଓ ଆଇନଗତ ପ୍ରତିକ୍ରିୟା ଦିଆଯିବ। ଜାତିସଂଘରେ ରୁଷ୍‌ର ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆ ମଧ୍ୟ ଆମେରିକା ଉପରେ ଅଭିଯୋଗ କରିଛନ୍ତି ଯେ, ଏକ ସାର୍ବଭୌମ ରାଷ୍ଟ୍ରର ଆଭ୍ୟନ୍ତରୀଣ କାର୍ୟ୍ୟରେ ଖୋଲାଖୋଲି ହସ୍ତକ୍ଷେପକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଛି। 

ଆମେରିକା ଦେଲା ଶକ୍ତ ଝଟକା; ଆଉ ମୁହଁ ଦେଖାଇପାରିବେନି ମନିର !


ଏହା ପୂର୍ବରୁ, ଟ୍ରମ୍ପ ଏକ ‘ଅପେକ୍ଷା ଓ ଦେଖିବା’ ଆଭିମୁଖ୍ୟ ଗ୍ରହଣ କରି କହିଥିଲେ, ତାଙ୍କୁ କୁହାଯାଇଛି ଯେ ହତ୍ୟାକାଣ୍ଡ ହ୍ରାସ ପାଉଛି ଏବଂ ସେ ବିଶ୍ୱାସ କରନ୍ତି ଯେ ବଡ଼ ଧରଣର ମୃତ୍ୟୁଦଣ୍ଡ ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ। ମୃତ୍ୟୁଦଣ୍ଡ ଆଗକୁ ଯିବ ନାହିଁ ବୋଲି ସେ ବର୍ତ୍ତମାନ ଅନ୍ୟ ପାର୍ଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ସରୁ ଆଶ୍ୱାସନା ପାଇଛନ୍ତି। ଓଭାଲ୍ ଅଫିସରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ: ଆମେ ଏହାକୁ ଦେଖିବୁ ଓ ଆଗକୁ କ’ଣ ହେଉଛି ତାକୁ ଅପେକ୍ଷା କରିବୁ। ହ୍ୱାଇଟ୍ ହାଉସ୍ କହିଛି ଯେ, ଟ୍ରମ୍ପଙ୍କ ଚାପରେ ଇରାନ୍ ୮୦୦ ମୃତ୍ୟୁଦଣ୍ଡ ବନ୍ଦ କରିଦେଇଛି, କିନ୍ତୁ ସାମରିକ କାର୍ୟ୍ୟାନୁଷ୍ଠାନ ଏକ ବିକଳ୍ପ ହୋଇ ରହିଛି। 

ଏହା ବ୍ୟତୀତ, ଆମେରିକାର ସିନେଟର ଲିଣ୍ଡସେ ଗ୍ରାହାମ୍ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଟ୍ରମ୍ପ ଇରାନ ବିରୋଧରେ ସାମରିକ କାର୍ୟ୍ୟାନୁଷ୍ଠାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନରେ ଥିବା ଇରାନ ରାଷ୍ଟ୍ରଦୂତ ରେଜା ଆମିରି ମୋଗାଦାମ କହିଛନ୍ତି ଯେ, ଟ୍ରମ୍ପ ଇରାନକୁ ସୂଚନା ଦେଇଛନ୍ତି ଯେ ସେ ଆକ୍ରମଣ କରିବାକୁ ଚାହୁନାହାନ୍ତି ଏବଂ ତେହେରାନକୁ ସଂଯମ ଅବଲମ୍ବନ କରିବାକୁ କହିଛନ୍ତି। ମୋଗାଦାମ କହିଛନ୍ତି, ସେ ବୁଧବାର ସେ ଏହି ସୂଚନା ପାଇଛନ୍ତି, ଯାହା ସୂଚାଇ ଦେଉଛି ଯେ ଟ୍ରମ୍ପ ଯୁଦ୍ଧ ଚାହୁନାହାନ୍ତି। 

ଭେନେଜୁଏଲାର ଆଉ ଏକ ତେଲ ଟ୍ୟାଙ୍କର ଜବତ କଲା ଆମେରିକା, କାରିବିଆନ୍ ସମୁଦ୍ରରେ ଅକ୍ତିଆର କଲା ୟୁଏସ୍ ସେନା

ଏହି ସମୟରେ, ଇଜିପ୍ଟ, ଓମାନ, ସାଉଦି ଆରବ ଓ କତରର ବରିଷ୍ଠ ଅଧିକାରୀମାନେ ବିଶ୍ୱ ଅର୍ଥନୀତି ଓ ଆଞ୍ଚଳିକ ସ୍ଥିରତା ଉପରେ ପ୍ରଭାବ ବିଷୟରେ ଚିନ୍ତା କରି ଇରାନ ବିରୋଧରେ ଆକ୍ରମଣ ନ କରିବାକୁ ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଟ୍ରମ୍ପଙ୍କୁ ଆକ୍ରମଣ ବିରୋଧରେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକା ବିକ୍ଷୋଭକୁ ଦମନ କରିଥିବା ଅଭିଯୋଗରେ ଇରାନ ଅଧିକାରୀଙ୍କ ଉପରେ ନୂତନ ପ୍ରତିବନ୍ଧକ ଘୋଷଣା କରିଛି। ଜି୭ ସହଯୋଗୀ ଏବଂ ୟୁରୋପୀୟ ସଂଘ ମଧ୍ୟ କହିଛନ୍ତି ଯେ, ସେମାନେ ମଧ୍ୟ ଇରାନ ସରକାରଙ୍କ ଉପରେ ଚାପ ବୃଦ୍ଧି କରିବା ପାଇଁ ନୂତନ ପ୍ରତିବନ୍ଧକ ଉପରେ ଦୃଷ୍ଟି ରଖିଛନ୍ତି।