ଟ୍ରମ୍ପଙ୍କୁ ନେଇ ନିଖୋଜ ଏପ୍‌ଷ୍ଟିନ୍‌ ଫାଇଲ ପ୍ରକାଶ କଲା ଆମେରିକା

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଥିତ ଯୌନ ସମ୍ପର୍କ ଅଭିଯୋଗ ନେଇ ଜଣେ ମହିଳାଙ୍କ ଏଫବିଆଇ ସହିତ ସାକ୍ଷାତକାରର ରେକର୍ଡ଼ ଆମେରିକାର ନ୍ୟାୟ ବିଭାଗ ଗୁରୁବାର ପ୍ରକାଶ କରିଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଥିତ ଯୌନ ସମ୍ପର୍କ ଅଭିଯୋଗ ନେଇ ଜଣେ ମହିଳାଙ୍କ ଏଫବିଆଇ ସହିତ ସାକ୍ଷାତକାରର ରେକର୍ଡ଼ ଆମେରିକାର ନ୍ୟାୟ ବିଭାଗ ଗୁରୁବାର ପ୍ରକାଶ କରିଛି

06bbs_18_06032026_111

Photograph: (kanaknews)

କନକବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଥିତ ଯୌନ ସମ୍ପର୍କ ଅଭିଯୋଗ ନେଇ ଜଣେ ମହିଳାଙ୍କ ଏଫବିଆଇ ସହିତ ସାକ୍ଷାତକାରର ରେକର୍ଡ଼ ଆମେରିକାର ନ୍ୟାୟ ବିଭାଗ ଗୁରୁବାର ପ୍ରକାଶ କରିଛି । ଅଭିଯୁକ୍ତ ଯୌନ ଚାଲାଣକାରୀ ଜେଫ୍ରି ଏପ୍‌ଷ୍ଟିନ୍‌ ସମ୍ପର୍କରେ ତଦନ୍ତର ଏକ ଅଂଶ ଭାବରେ ଏଫବିଆଇ ଏଜେଣ୍ଟମାନେ ୨୦୧୯ରେ ଚାରିଥର ମହିଳାଙ୍କ ସାକ୍ଷାତକାର ନେଇଥିଲେ ।  ନ୍ୟାୟ ବିଭାଗ ପୂର୍ବରୁ ଏକ ଲଗ୍ ପ୍ରକାଶ କରିଥିଲା ଯେଉଁଥିରେ ସାକ୍ଷାତକାର ସମ୍ପର୍କିତ ଚାରୋଟି ବୈଠକ ମଧ୍ୟରୁ କେବଳ ଗୋଟିଏର ସାରାଂଶ ପ୍ରକାଶ କରିଥିଲା । ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ୧୩ରୁ ୧୫ ବର୍ଷ ବୟସ ବେଳେ ଏପିଷ୍ଟିନ୍‌ ତାଙ୍କୁ ଦୁଷ୍କର୍ମ କରିଥିଲେ । 

ଅଧିକ ପଢନ୍ତୁ ...ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ: ମାମୁର ଠେଙ୍ଗା ମାଡ଼ରେ ଚାଲିଗଲା ଭଣଜା ଭାଣିଜୀଙ୍କ ଜୀବନ

ଗୁରୁବାର ନ୍ୟାୟ ବିଭାଗ ୱେବସାଇଟରେ ପୋଷ୍ଟ ହୋଇଥିବା ରେକର୍ଡ଼ ଅନୁଯାୟୀ, ନ୍ୟୁୟର୍କ କିମ୍ବା ନ୍ୟୁ ଜର୍ସିରେ ଟ୍ରମ୍ପଙ୍କୁ ଏପ୍‌ଷ୍ଟିନ୍‌ ତାଙ୍କ ସହିତ ପରିଚିତ କରାଇବା ପରେ ଟ୍ରମ୍ପ ତାଙ୍କ ସହିତ ‌ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।  ସେତେବେଳେ ତାଙ୍କ ବୟସ ୧୫ ବର୍ଷରୁ କମ୍‌ ଥିଲା  ।  ତେବେ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ୍‌ ଲିଭିଟ୍‌ ମହିଳାଙ୍କ ଅଭିଯୋଗକୁ ଭିତ୍ତିହୀନ ଓ ପ୍ରମାଣ ବିହୀନ ବୋଲି କହିଥିଲେ । ଆମେରିକା ନ୍ୟାୟ ବିଭାଗ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଥିଲା ଯେ, ଏହି ୧୫ଟି ଡକ୍ୟୁମେଣ୍ଟକୁ ଡୁପ୍ଲିକେଟ୍‌ ଭାବେ କୋଡ କରିଥିବାରୁ ପ୍ରକାଶ କରଯାଇପାରି ନଥିଲା । 

ଏପଷ୍ଟିନ ତଦନ୍ତରୁ ଡକ୍ୟୁମେଣ୍ଟ ପରିଚାଳନା ନେଇ କଂଗ୍ରେସରେ ନ୍ୟାୟ ବିଭାଗ ଯାଞ୍ଚର ସମ୍ମୁଖୀନ ହେଉଥିବା ବେଳେ ଏହି ଫାଇଲ ପ୍ରକାଶ ପାଇଛି। ଡେମୋକ୍ରାଟମାନେ ଟ୍ରମ୍ପଙ୍କ ପ୍ରଶାସନ ଉପରେ ଟ୍ରମ୍ପଙ୍କ ସହ ଜଡିତ ରେକର୍ଡ ଲୁଚାଇବାର ଅଭିଯୋଗ ଆଣିଛନ୍ତି ଏବଂ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସର ଏକ କମିଟି ଆଟର୍ଣ୍ଣି ଜେନେରାଲ ପାମ ବଣ୍ଡିଙ୍କୁ ସମନ ପଠାଇବାକୁ ଭୋଟ୍ ଦେଇଛି ଯାହାଦ୍ୱାରା ଆଇନ ପ୍ରଣୟନ  କାରୀମାନେ ତାଙ୍କୁ ସରକାର କିପରି ଏହି ପ୍ରକାଶନକୁ ପରିଚାଳନା କରୁଛନ୍ତି ସେ ବିଷୟରେ ପ୍ରଶ୍ନ କରିପାରିବେ। ଅନ୍ୟପକ୍ଷରେ ଟ୍ରମ୍ପ କହିଥିଲେ, ଏପ୍‌ଷ୍ଟିନ୍‌ ସହିତ ତାଙ୍କ ସମ୍ପର୍କ ୨୦୦୦ ମସିହା ମଧ୍ୟବର୍ତ୍ତୀ କାଳନୀ ସମୟରେ ଶେଷ ହୋଇଯାଇଥିଲା ଓ ସେ ଏପ୍‌ଷ୍ଟିନ୍‌ଙ୍କ କୁକର୍ମ ସମ୍ପର୍କରେ କିଛି ଜାଣି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe