କନକ ବ୍ୟୁରୋ : ଗାଜାରେ ଯୁଦ୍ଧ ବନ୍ଦ ପାଇଁ ଆମେରିକା ୨୧ଟି ପ୍ରସ୍ତାବ ଦେଇଛି । ଭବିଷ୍ୟତର ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ ପ୍ରସ୍ତାବ ଦେଇଛି ଆମେରିକା । ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବା, ପାଲେଷ୍ଟାଇନମାନଙ୍କୁ ଗାଜାପଟ୍ଟିରେ ରହିବାକୁ ଉତ୍ସାହିତ କରିବା ଏବଂ ଶାନ୍ତିପ୍ରିୟ ହମାସ ସଦସ୍ୟମାନଙ୍କୁ ସାଧାରଣରେ କ୍ଷମା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଜାତିସଂଘର ସାଧାରଣ ଅଧିବେଶନରେ କିଛି ଆରବ ଓ ମୁସଲିମ ଦେଶଙ୍କୁ ଏହି ପ୍ରସ୍ତାବ ସମ୍ପର୍କରେ ଅବଗତ କରିଛି ଆମେରିକା । ତେବେ ଆମେରିକାର ଏହି ପ୍ରସ୍ତାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କେମିତି ଗ୍ରହଣ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବା ଓ ପାଲେଷ୍ଟାଇନ ରାଷ୍ଟ୍ର ଗଠନ କରାଇ ନଦେବା ଅଭିଯାନକୁ ତୀବ୍ର କରିଛି ଇସ୍ରାଏଲ ।
ଆମେରିକାର ପ୍ରସ୍ତାବ
ଗାଜା ଯୁଦ୍ଧ ବନ୍ଦ ପାଇଁ ଆମେରିକାର ପ୍ରସ୍ତାବ
୨୧ଟି ପ୍ରସ୍ତାବ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା
ଭବିଷ୍ୟତର ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ ପ୍ରସ୍ତାବ
ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆମେରିକାର ପ୍ରସ୍ତାବ
ପାଲେଷ୍ଟାଇନମାନଙ୍କୁ ଗାଜାପଟ୍ଟିରେ ରହିବାକୁ ଉତ୍ସାହିତ କରିବା
ଶାନ୍ତିପ୍ରିୟ ହମାସ ସଦସ୍ୟଙ୍କୁ ସାଧାରଣରେ କ୍ଷମା ପ୍ରଦାନ ପ୍ରସ୍ତାବ
ପ୍ରସ୍ତାବ ଗ୍ରହଣ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପରେ ନଜର
ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଚାହୁଛି ଇସ୍ରାଏଲ
ପାଲେଷ୍ଟାଇନ ରାଷ୍ଟ୍ର ଗଠନକୁ ବିରୋଧ କରୁଛନ୍ତି ନେତାନ୍ୟାହୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/28/us-pushes-for-21-point-plan-2025-09-28-16-57-27.jpeg)