ଋଷ ଠାରୁ ତୈଳ ଆମଦାନୀ ବନ୍ଦ କରିବାକୁ  ଭାରତ ଉପରେ ଆମେରିକାର ଚାପ, ଜବାବ ଦେଲା ଋଷ, ୨୪ ଘଣ୍ଟା ଭିତରେ ଭାରତ ଉପରେ ଅତିରିକ୍ତ ଟାରିଫ୍ ଲଗାଇପାରେ ଆମେରିକା

ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କିଣୁଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍‌ ନୀତି ଲାଗାଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ।  କିଛି ଦିନ ଆଗରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ସରକାର ଦେଶର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ। ଏହି ଟାରିଫ୍‌ ଭାରତର ଅର୍ଥନୀତି ଉପରେ ସାମାନ୍ୟ ପ୍ରଭାବ ପକାଇବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।

48

କନକ ବ୍ୟୁରୋ : ଭାରତ ଉପରେ ଅତିରକ୍ତି ଟାରିଫ ଲଗାଇପାରେ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଏକ ନୂଆ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଟାରିଫକୁ ଆହୁରି ବୃଦ୍ଧି କରାଯାଇପାରେ । ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କିଣୁଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍‌ ନୀତି ଲାଗାଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ।  କିଛି ଦିନ ଆଗରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ସରକାର ଦେଶର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ। ଏହି ଟାରିଫ୍‌ ଭାରତର ଅର୍ଥନୀତି ଉପରେ ସାମାନ୍ୟ ପ୍ରଭାବ ପକାଇବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ତେବେ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ପୁନଃ ବଢ଼ାଇଲେ ଭାରତର ଅର୍ଥନୀତି ପ୍ରଭାବିତ ହୋଇପାରେ।

ଭାରତ ଉପରେ ଆମେରିକା ଚାପ ପକାଉଛି । ରୁଷଠୁ ତେଲ ନକିଣିବା ପାଇଁ କେବେ ଧମକ ଦେଉଛି ତ ପୁଣି କେବେ ଚାପ ପକାଉଛି । ଯାହାକୁ କଡ଼ା ଶଦ୍ଧରେ ସମାଲୋଚନା କରିଛି ଭାରତ । ଅଯଥାରେ ଭାରତକୁ ଟାର୍ଗେଟ ନକରିବାକୁ ତାଗିଦ କରିଛି ବୈଦେଶିକ ମନ୍ତ୍ରାଳୟ । ଟ୍ରମ୍ପଙ୍କ ଯୁକ୍ତି ହେଉଛି ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷକୁ ଭାରତ ପରୋକ୍ଷରେ ସାହାଯ୍ୟ କରୁଛି । ତୈଳ ଆମଦାନୀ କରି ରୁଷକୁ ଆର୍ଥିକ ସାହାଯ୍ୟ  କରୁଛି ଭାରତ । ତେବେ ଭାରତ ଏଭଳି ଭିତିହୀନ ଅଭିଯୋଗକୁ ଭାରତ ଖଣ୍ଡନ କରିବା ପରେ ପ୍ରଥମଥର ପାଇଁ ରୁଷ ପ୍ରତିକ୍ରିୟା ରଖିଛି । ରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଉଛି

ଆମେରିକାକୁ ରୁଷର ଜବାବ
କିଏ କାହା ସହ ବାଣିଜ୍ୟ କରିବେ,ଏହା ନିଜସ୍ବ ଅଧିକାର ଓ ଇଚ୍ଛା
ରୁଷଠୁ ଅଶୋଧିତ ତୈଳ କ୍ରୟ ନକରିବାକୁ ଭାରତ ଉପରେ ଚାପ ପକାଉଛି ଆମେରିକା
ଆମେରିକାର ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ଭୂଲ
ରୁଷ ଏଭଳି ଚାପକୁ ଧମକ ଭାବେ ଦେଖୁଛି
ରୁଷ ସହ ଅନ୍ୟ ରାଷ୍ଟ୍ର ବାଣିଜ୍ୟ ନକରନ୍ତୁ ବୋଲି ଚାହୁଁଛି ଆମେରିକା
ଯାହାକୁ ପ୍ରବଳ ବିରୋଧ କରୁଛି କ୍ରେମଲିନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe