କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ସରଗରମ ଦେଶର ରାଜନୀତି । ଶୁକ୍ରବାର ଡେମୋକ୍ରାଟିକ ପାର୍ଟି କମଲାଙ୍କୁ ଦଳର ଅଫିସିଆଲ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ପ୍ରଦାନ କରିଛି । ଏପଟେ କମଲାଙ୍କୁ ଟକ୍କର ଦେବାକୁ ନିଜ ନିର୍ବାଚନୀ ରାଲିକୁ ଆହୁରି ଜୋରଦାର କରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ।

Advertisment
  • ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ
  • ସରିଲା ନାମାଙ୍କନ, ଲଢେଇ ଜୋରଦାର

ଆସନ୍ତା ନଭେମ୍ବରରେ ଆମେରିକା ଦେଖିବାକୁ ଯାଉଛି ରୋଚକ ନିର୍ବାଚନ । ମୈଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ପ୍ରାର୍ଥୀ ।  ଜୋ ବାଇଡେନ ରେସରୁ ଓହରି ଯିବା ପରେ ନିଜ ପାଇଁ ସବୁଆଡୁ ସମର୍ଥନ ଗୋଟାଇବାରେ ଲାଗିପଡିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ । ଶୁକ୍ରବାର ଡେମୋକ୍ରାଟିକ ପାର୍ଟି କମଲାଙ୍କୁ ଦଳର ଅଫିସିଆଲ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ପ୍ରଦାନ କରିଛି । ଏହି ଅବସରରେ ଆମେରିକାର ଏକତା ଓ ଭବିଷ୍ୟତ ପାଇଁ ଲଢିବା ନେଇ ସଂକଳ୍ପ ନେଇଛନ୍ତି କମଲା ହାରିସ । 

  • ମୈଦାନରେ ଟ୍ରମ୍ପ ଭର୍ସେସ୍ ହାରିସ୍
  • ନଭେମ୍ବର ୫ରେ ଆମେରିକା ନିର୍ବାଚନ

ଅନ୍ୟପଟେ ରିପବ୍ଲିକାନ ଦଳ ତରଫରୁ ନିର୍ବାଚନ ଜିତିବାକୁ ଜବରଦସ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସୋସିଆଲ ମିଡିଆରୁ ଆରମ୍ଭ କରି ଆମେରିକାର ବିଭିନ୍ନ ସହର ବୁଲିବା ପର୍ୟ୍ୟନ୍ତ, ସବୁଠି ଦେଖିବାକୁ ମିଳୁଛି ଟ୍ରମ୍ପଙ୍କୁ । ମେକ ଆମେରିକା ଗ୍ରେଟ୍ ଏଗେନର ସ୍ଲୋଗାନ ନେଇ ମୈଦାନକୁ ଓଲ୍ହାଇଛନ୍ତି ଟ୍ରମ୍ପ । ନିଜ ରାଲିରେ ସେ ବାଇଡେନ ପ୍ରଶାସନକୁ ଜୋରଦାର ହମଲା  କରୁଛନ୍ତି । ବିଶେଷ କରି  ବିଶ୍ବରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ବାଇଡେନ ଓ ହାରିସଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ୍ । 

ଆସନ୍ତା ନଭେମ୍ବର ୫ରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ୧୬ କୋଟି ଆମେରକୀୟ ଭୋଟର ବାଛିବେ ଦେଶର ୬୦ ତମ ରାଷ୍ଟ୍ରପତି ।