କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ  କମଲା ହାରିସଙ୍କ କାର୍ୟ୍ୟାଳୟ ଉପରକୁ ଗୁଳିମାଡ଼। ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ନିର୍ବାଚନୀ କ୍ୟାମ୍ପେନ ଅଫିସ୍ ଉପରକୁ ଗୁଳି ଚଳାଇଛନ୍ତି ଦୁବୁର୍ତ୍ତ । ଡେମାକ୍ରାଟିକ୍ ପାର୍ଟି ତରଫରୁ ଏଥର ନିର୍ବାଚନ ଲଢୁଛନ୍ତି କମଲା ହାରିସ୍। ଟେମ୍ପେରେ ଥିବା କମଲା ହାରିସ ନିର୍ବାଚନ କ୍ୟାମ୍ପେନ ଅଫିସ୍ ଉପରେ ଗୁଳିମାଡ ହୋଇଛି । ଅଫିସର ଆଗ ଝରକା ପଟୁ ଦୁବୁର୍ତମାନେ ଗୁଳିମାଡ କରିଛନ୍ତି। କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଚଳିତ ମାସରେ କମଲା ହାରିସଙ୍କ ଅଫିସ୍ ଉପରକୁ ଦୁଇ ଥର ଗୁଳିମାଡ ହେଲାଣି । ରାତିରେ ଗୁଳିମାଡ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପରେ କମଲା ହାରିସଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ପୂର୍ବରୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ନିର୍ବାଚନୀ ପ୍ରଚାର ସମୟରେ ଟ୍ରମ୍ପଙ୍କ ଉପରକୁ ଗୁଳିକରାଯାଇଥିଲା। ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତଯାଇଥିଲେ ।