କନକ ବ୍ୟୁରୋ : ବନ୍ଦ ହେବ କି ୩ ବର୍ଷ ଧରି ଚାଲିଥିବା ରୁଷ୍- ୟୁକ୍ରେନ ଯୁଦ୍ଧ ? ଟ୍ରମ୍ପ- ପୁଟିନ ବୈଠକରୁ ଯୁଦ୍ଧ ବନ୍ଦ ନେଇ ବାହରିବ କି କିଛି ନିଷ୍କର୍ଷ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ମଧ୍ୟରେ ଆଜି ଆଲସ୍କାଠାରେ ବୈଠକ ବସୁଛି । ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଓ ଏଥିରୁ ଆସିବାକୁ ଥିବା ନିଷ୍କର୍ଷ ଉପରେ ନଜର ରଖିଛି ସାରା ବିଶ୍ବ । ଭାରତୀୟ ସମୟ ଅନୁଯାୟୀ ରାତି ପ୍ରାୟ ଗୋଟାଏ ସମୟରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ଆରମ୍ଭ ହେବ। ରୁଷ ପ୍ରତିନିଧିମଣ୍ଡଳୀରେ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ, ରାଷ୍ଟ୍ରପତି ପରାମର୍ଶଦାତା ୟୁରି ଉଶାକୋଭ, ପ୍ରତିରକ୍ଷା ମନ୍ତ୍ରୀ ବେଲୌସୋଭ, ଅର୍ଥମନ୍ତ୍ରୀ ସିଲୁଆନୋଭ ଏବଂ ସ୍ୱତନ୍ତ୍ର ଦୂତ ଦିମିତ୍ରିଭ ପୁଟିନ୍ଙ୍କ ସହ ଏହି ବୈଠକରେ ସାମିଲ ହେବେ । ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବେ। ୟୁକ୍ରେନ ସହ ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରିତିଷ୍ଠା ପାଇଁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ବୈଠକରେ ଯୋଗଦେବା ପୂର୍ବରୁ ଆମେରିକୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ପୁଟିନଙ୍କ ସହ ଆଲୋଚନାରେ ସକାରାତ୍ମକ ଦିଗ ବାହାରିବ ବୋଲି ସେ କହିଛନ୍ତି। ଏହା ଶେଷ ବୈଠକ ନୁହେଁ, ପ୍ରକୃତ ଗୁରୁତ୍ୱପୂର୍ଣ୍ଣ ବୈଠକ ସେତେବେଳେ ହେବ, ଯେତେବେଳେ ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ମୁହାଁମୁହିଁ ବସିବେ। ଏଭଳି ହେଲେ ହିଁ ଯୁଦ୍ଧ ବନ୍ଦ ହେବ ଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଟ୍ରମ୍ପ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us