ଟ୍ରକ୍ ଉପରେ ଟାରିଫ୍ ଲଗାଇଲେ ଆମେରିକା ରାଷ୍ଟ୍ରପତି:  ମଧ୍ୟମ ଓ ଭାରି ଟ୍ରକ୍ ଉପରେ ୨୫ ପ୍ରତିଶତ ଲଗାଇଲେ ଶୁଳ୍କ

ନଭେମ୍ବର ୧ ରୁ ହେବ ଲାଗୁ । ନୂଆ ନୀତିରେ ସ୍ଥାନୀୟ ଟ୍ରକ୍ କମ୍ପାନୀଙ୍କୁ ଲାଭ ।

ଟ୍ରକ୍ ଉପରେ ଟ୍ରମ୍ପଙ୍କ ଟାରିଫ୍

ଟ୍ରକ୍ ଉପରେ ଟ୍ରମ୍ପଙ୍କ ଟାରିଫ୍ Photograph: (KanakNews)

କନକ ବ୍ୟୁରୋ;  ସରୁନି ଟ୍ରମ୍ପଙ୍କ ଟାରିଫ୍‌ ଛାଟ। ଆମେରିକାକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଟ୍ରକ୍ ଉପରେ ଶୁଳ୍କ ବୃଦ୍ଧି କଲେ ଆମେରିକା ରାଷ୍ଟ୍ରପତି । ମଧ୍ୟମରୁ ଭାରି ଟ୍ରକ୍ ଉପରେ ୨୫ ପ୍ରତିଶତ ଟାରିଫ୍ ନେଇ ସୋମବାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ନଭେମ୍ବର ୧ ତାରିଖରୁ ଏହାକୁ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ । ବାହାର ଦେଶରୁ ଆମେରିକାକୁ ଆସୁଥିବା ପ୍ରତ୍ୟେକ ମଧ୍ୟମରୁ ଭାରି ଟ୍ରକ୍ ଉପରେ ଏହି ଶୁଳ୍କ ଲାଗୁ ହୋଇଛି । ଆମେରିକାକୁ ଅଧିକାଂଶ ଟ୍ରକ୍ ପଡ଼ୋଶୀ ଦେଶ କାନାଡ଼ା ଓ ମେକ୍ସିକୋକୁ ଆସିଥାଏ । ଏହାଦ୍ବାରା ଆମେରିକାରେ ଥିବା ଟ୍ରକ୍ ନିର୍ମାତାଙ୍କୁ ଫାଇଦା ମିଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe