କନକ ବ୍ୟୁରୋ; ସରୁନି ଟ୍ରମ୍ପଙ୍କ ଟାରିଫ୍ ଛାଟ। ଆମେରିକାକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଟ୍ରକ୍ ଉପରେ ଶୁଳ୍କ ବୃଦ୍ଧି କଲେ ଆମେରିକା ରାଷ୍ଟ୍ରପତି । ମଧ୍ୟମରୁ ଭାରି ଟ୍ରକ୍ ଉପରେ ୨୫ ପ୍ରତିଶତ ଟାରିଫ୍ ନେଇ ସୋମବାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ନଭେମ୍ବର ୧ ତାରିଖରୁ ଏହାକୁ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ । ବାହାର ଦେଶରୁ ଆମେରିକାକୁ ଆସୁଥିବା ପ୍ରତ୍ୟେକ ମଧ୍ୟମରୁ ଭାରି ଟ୍ରକ୍ ଉପରେ ଏହି ଶୁଳ୍କ ଲାଗୁ ହୋଇଛି । ଆମେରିକାକୁ ଅଧିକାଂଶ ଟ୍ରକ୍ ପଡ଼ୋଶୀ ଦେଶ କାନାଡ଼ା ଓ ମେକ୍ସିକୋକୁ ଆସିଥାଏ । ଏହାଦ୍ବାରା ଆମେରିକାରେ ଥିବା ଟ୍ରକ୍ ନିର୍ମାତାଙ୍କୁ ଫାଇଦା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/07/trump-2025-10-07-11-42-37.jpg)