ପୁଟିନ୍‌ଙ୍କୁ ଟ୍ରମ୍ପଙ୍କ ନାଲିଆଖି ;  କହିଲେ, ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ପରିଣତି ଭୟାବହ

ପୁଟିନ୍‌ଙ୍କୁ ଟ୍ରମ୍ପଙ୍କ ନାଲିଆଖି ।  ୟୁକ୍ରେନ ସହ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଦେଲେ ଖୋଲା ଧମକ ।  ୟୁରୋପୀୟ ନେତାଙ୍କ ସହ ଆଲୋଚନାବେଳେ କହିଲେ, ଯୁଦ୍ଧ ବନ୍ଦ ନକଲେ ଭୋଗିବେ ଭୟଙ୍କର ପରିଣତି ।

20

କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ । ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି ଟ୍ରମ୍ପ । ବୁଧବାର ୟୁରୋପୀୟ ନେତାଙ୍କ ସହ ଭର୍ଚୁଆଲ ବୈଠକରେ ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଜର୍ମାନୀ ରାଜଧାନୀ ବର୍ଲିନରେ ୟୁରୋପୀୟ ନେତାଙ୍କ ସହ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍‌ଦୋମିର ଜେଲେନ୍‌ସ୍କି । ଏହି ଅବସରରେ ୟୁକ୍ରେନ ଯୁଦ୍ଧ କିପରି ବନ୍ଦ ହେବ ସେନେଇ ଜେଲେନ୍‌ସ୍କି ପଚାରିବାରୁ ଋଷ ଉପରେ ବର୍ଷିଥିଲେ ଟ୍ରମ୍ପ । 

ଶୁକ୍ରବାର ଆଲାସ୍କାରେ ଆମେରିକା- ଋଷ ସମିଟ୍ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ଏହା ପୂର୍ବରୁ ଯୁଦ୍ଧ ବନ୍ଦ କରିବାକୁ ରୁଷିଆକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଶାନ୍ତି ବାର୍ତ୍ତାରେ ବାଧା ସୃଷ୍ଟି କଲେ ଭୟଙ୍କର ପରିମାଣ ଭୋଗିବ ବୋଲି କହିଛନ୍ତି । ଏପରିକି ଆଗକୁ ଆର୍ଥିକ କଟକଣା ଲଗାଇବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe