କନକ ବ୍ୟୁରୋ: ଆମେରିକାରେ ଏବେ ନୂଆ ସରକାର । ଦ୍ବିତୀୟ ଥର ପାଇଁ କ୍ଷମତା ହାସଲ କରିଛନ୍ତି ଟ୍ରମ୍ପ । ନିଜର କଠୋର ନୀତି ପାଇଁ ଟ୍ରମ୍ପଙ୍କୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା ଚାଲେ । ଏମିତିକି ଟ୍ରମ୍ପ ଜିତିବା ପରେ ସ୍ପଷ୍ଟ କରିଥିଲେ କି ଆମେରିକାର ସୁରକ୍ଷା ଦିଗରେ ସେ କାମ କରିବେ ବୋଲି । ଆଉ ଏବେ ଶପଥ ନେଉ ନେଉ ଟ୍ରମ୍ପ ପାକିସ୍ତାନ ପାଇଁ ଯେଉଁ ଶକ୍ତ ପଦକ୍ଷେପ ନେଇଛନ୍ତି ତାହାକୁ ନେଇ ପାକିସ୍ତାନ ଚିନ୍ତାରେ । କାରଣ ଆମେରିକାର ସହାୟତା ପାକିସ୍ତାନକୁ ପୂର୍ବରୁ ଯେଉଁପରି ଭାବରେ ମିଳୁଥିଲା ତାହା ଏବେ ଆଉ ମିଳିବ ନାହିଁ । ତେଣୁ ଏମିତି ସ୍ଥିତିରେ ଆର୍ଥିକ ଭାବରେ ସ୍ବଚ୍ଛଳ ନଥିବା ପାକିସ୍ତାନ କରିବ କଣ ତାହାକୁ ନେଇ ପାକ ସରକାରଙ୍କ ମୁଣ୍ଡ ଗୋଲ ।

Advertisment

ଟ୍ରମ୍ପ ଶପଥ ନେଲେ, ପାକିସ୍ତାନ ଚିନ୍ତା ବଢିଲା
ବାଇଡେନଙ୍କ ନିଷ୍ପତ୍ତି ଆଉ କାମ କରିବନି
ଏବେ ପାକିସ୍ତାନ କରିବ କଣ ?
ବାଇଡେନ୍‌ ନିଷ୍ପତ୍ତି ଉପରେ ଟ୍ରମ୍ପ ଲଗାଇଲେ ରୋକ୍‌
ଆଫଗାନି ଶରଣାର୍ଥୀଙ୍କୁ ଆମେରିକା ଶରଣ ଦେବା ନେଇ ହୋଇଥିଲି ନିଷ୍ପତ୍ତି

ଟ୍ରମ୍ପ କ୍ଷମତା ଦଖଲ କରିବା ପୂର୍ବରୁ ଆମେରିକାରେ ଚାଲିଥିଲା ବାଇଡେନ୍‌ ଶାସନ । ସରକାରରେ ଥିବା ବେଳେ ପାକିସ୍ତାନରେ ଫଶିଥିବା ଆଫଗାନି ଶରଣାର୍ଥୀଙ୍କୁ ଆମେରିକା ଶରଣ ଦେବ ବୋଲି କୁହାଯାଇଥିଲା। ଏ ନିଷ୍ପତ୍ତି ସେବେ ହୋଇଥିବା ଯେବେ ଆଫଗାନିସ୍ତାନରେ ସରକାର ତାଲିବାନ ହାତକୁ ଯାଇଥିଲା । ତାଲିବାନି ଶାସନର ଅତ୍ୟାଚାରରେ ଅଣନିଶ୍ବାସୀ ହୋଇ ଅନେକ ଆଫଗାନି ନାଗରିକ ପାକିସ୍ତାନ ପଳାଇ ଆସିଥିଲେ । ପ୍ରଥମତଃ ପାକିସ୍ତାନ ନିଜ ଲୋକଙ୍କୁ ଖାଇବାକୁ ଦେବାର ସାମର୍ଥ୍ୟ ରଖୁନି, ଏହାପରେ ଆଫଗାନି ଶରଣାର୍ଥୀ ପହଞ୍ଚିବା ପରେ କେମିତି ସ୍ଥିତି ନିୟନ୍ତ୍ରଣ ହେବ ସେନେଇ ଆମେରିକାର ଶରଣରେ ପଶିଥିଲା ପାକିସ୍ତାନ । ଆଉ ପାକିସ୍ତାନକୁ ସାହାଯ୍ୟ ପାଇଁ କହିଥିଲେ ବାଇଡେନ୍‌ । ହେଲେ ସରକାର ବଦଳିବା ପରେ ତତ୍କାଳୀନ ସରକାରଙ୍କ ନିଷ୍ପତ୍ତି ଉପରେ ଟ୍ରମ୍ପ ରୋକ ଲଗାଇଛନ୍ତି । 

ଆଫଗାନି ଶରଣାର୍ଥୀ
ଅଧିକାଂଶ ଆମେରିକା ସେନା ପାଇଁ କାମ କରୁଥିଲେ 

ଆଫଗାନିସ୍ତାନରେ ସରକାର ତାଲିବାନି ହାତକୁ ଯିବା ପରେ ସ୍ଥିତି ଗମ୍ଭୀର ହୋଇଥିଲା । ପାକିସ୍ତାନରେ ଯେଉଁମାନେ ଶରଣ ନେଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆମେରିକା ସେନା ପାଇଁ କାର୍ଯ୍ୟ କରୁଥିଲେ । ତେଣୁ ପାକିସ୍ତାନକୁ ଆମେରିକା କହିଥିଲା, କିଛିଦିନ ଲାଗି ସେମାନଙ୍କୁ ଶରଣ ଦିଅ । ପରେ ସେମାନଙ୍କ କଥା ଆମେରିକା ବୁଝିବ । ଆମେରିକାର ଏମିତି ଆଶ୍ବସନାରେ ପାକିସ୍ତାନ ବି ରାଜି ହୋଇଥିଲା । ଯେହେତୁ ୨୫ ହଜାରରୁ ଉର୍ଦ୍ଧ୍ବ ଶରଣାର୍ଥୀ ଥିଲେ ତେଣୁ ପାକିସ୍ତାନର ଚିନ୍ତା ବଢିଥିଲା । ହେଲେ ସରକାର ବଦଳିବା ପରେ ଯେମିତି ସବୁଓଲଟ ପାଲଟ ହୋଇଗଲା ତାହା ଆମେରିକା-ପାକିସ୍ତାନ ସମ୍ପର୍କରେ ତିକ୍ତତା ବୃଦ୍ଧି ହେବ  ବୋଲି କୁହାଯାଉଛି ।

୧୬୦୦ ଶରଣାର୍ଥୀଙ୍କୁ ସାହାଯ୍ୟ କରିଛି ଆମେରିକା

ତାଲିବାନି ଆସି ପାକିସ୍ତାନରେ ଶରଣ ନେବା ପରେ ଆମେରିକ ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ଜଣଙ୍କୁ ସାହାଯ୍ୟ କରିଛି । ତେଣୁ ଆଗାମୀ ଦିନରେ ସମସ୍ତ ଶରଣାର୍ଥୀଙ୍କୁ ଆମେରିକା ସହାୟତା କରିବ ବୋଲି ପାକିସ୍ତାନ ଭାବିଥିଲା । ହେଲେ ସେମିତି କିଛି ହେଲାନି । ସ୍ଥିତି ଏବେ ଏମିତି ହେଲାଣି ଯେ ଯେଉଁମାନେ ଆମେରିକା ଯିବାକୁ ଟିକଟ କରିଥିଲେ ସେମାନେ କ୍ୟାନସଲ କରୁଥିବା ଦେଖିବାକୁ ମିଳିଛି । କଥାହେଲା ସେମାନେ ପାକିସ୍ତାନରେ ସୁରକ୍ଷତି ନୁହନ୍ତି ତେଣୁ ଜୀବନ ବଂଚାଇବାକୁ ସେମାନେ ସଂଘର୍ଷ କରୁଛନ୍ତି । ଏପଟେ, ଏନେଇ ଆମେରିକା କିମ୍ୱା ପାକିସ୍ତାନ ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ରଖିନାହାନ୍ତି । ହେଲେ ସୂତ୍ର କହୁଛି, ଆମେରିକାର ଏହି ନିଷ୍ପତ୍ତି ଉପରେ ନାଖୁସ ପାକିସ୍ତାନ ।

ଟ୍ରମ୍ପଙ୍କ ଶପଥ ପୂର୍ବରୁ ପାକିସ୍ତାନରେ ହୋଇଥିବା ଜରୁରୀ ବୈଠକ

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସ ପୂର୍ବରୁ ପାକିସ୍ତାନରେ ବସିଥିଲା ଜରୁରୀ ବୈଠକ । କେମିତି ଦେଶରେ ଥିବା ଶରଣାର୍ଥୀଙ୍କୁ ଆମେରିକା ସହାୟତା କରିବ ସେନେଇ ଚର୍ଚ୍ଚା ବି ହୋଇଥିଲା । ବୈଠକରେ କୁହାଯାଇଥିଲା କି, ୨୦୨୩ରେ ଯେବେ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା ସେତେବେଳେ ଆମେରିକା ହସ୍ତକ୍ଷେପ କରିବା ସହିତ ସହାୟତା ପାଇଁ ଆଶ୍ବସନା ଦେଇଥିଲା । ହେଲେ ସରକାର ବଦଳିବା ପରେ ଆମେରିକା ନିଜ ନିଷ୍ପତ୍ତିରୁ ଓହରିଯିବାରୁ ଏବେ ପାକିସ୍ତାନର ଟେନସନ ଦ୍ବିଗୁଣା ବଢିଛି । ଏବେ ସମୟ କହିବ, ଆଗାମୀ ଦିନରେ ଆମେରିକା ପାକିସ୍ତାନକୁ ସାହାଯ୍ୟ କରୁଛି କି ନାହିଁ ।